ନ୍ୟୁଜ ଡେକ୍ସ : ଆଜି ପ୍ରକାଶ ପାଇବ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷାର ଫଳାଫଳ। ଆଜି ସାଢ଼େ ୧୨ଟାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହାପରେ ଅପରାହ୍ଣ ୩ଟାରୁ ଛାତ୍ରଛାତ୍ରୀମାନେ ଅନଲାଇନ୍ରେ ନିଜ ରେଜଲ୍ଟ ଦେଖିପାରିବେ।ପରୀକ୍ଷା ଫଳ results.odisha.gov.in ଏବଂ results.digilocker.gov.in ୱେବସାଇଟରେ ଉପଲବ୍ଧ ହେବ।
ଚଳିତ ବର୍ଷ ମୋଟ ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ।ଏବେର ପରୀକ୍ଷା ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ସୁବିଧା ଆରମ୍ଭ କରାଯାଇଛି। ସମସ୍ତ ବିଷୟରେ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ନିଜ ମାର୍କ ବଢ଼ାଇବା ପାଇଁ କେବଳ ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏକାଧିକ ବିଷୟରେ ଏହି ସୁଯୋଗ ମିଳିବ ନାହିଁ।ସେହିପରି ଯେଉଁ ଛାତ୍ରଛାତ୍ରୀ ଗୋଟିଏ ବିଷୟରେ ଅନୁତ୍ତୀର୍ଣ୍ଣ ହୋଇଥିବେ, ସେମାନେ ପୂର୍ବବର୍ଷମାନଙ୍କ ଭଳି ଇନଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ।

