ନ୍ୟୁଜ ଡେକ୍ସ : ‘ବିଶ୍ୱ ସିମ୍ପାଞ୍ଜି ଦିବସ’ କେବଳ ଏକ ଉତ୍ସବ ନୁହେଁ; ମଣିସର ଜଣେ ନିକଟତମ ସମ୍ପର୍କୀୟଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ତାହାର ସଂରକ୍ଷଣ କରିବା ପାଇଁ ଏହା ଏକ ବିଶ୍ୱସ୍ତରୀୟ ଆହ୍ଵାନ । ଆମର ଜିନ୍ ବା ଡିଏନ୍ଏର ୯୮ %ରୁ ଅଧିକ ଅଂଶୀଦାର କରି, ଏହି ବୁଦ୍ଧିମାନ ସିମ୍ପାଞ୍ଜି ମାନେ ପ୍ରାଣୀ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରନ୍ତି ।
ଲୋକପ୍ରିୟ ସଂସ୍କୃତିରେ ସେମାନଙ୍କ ବିଷୟରେ ଯାହା ଚିତ୍ରିତ ହୋଇଛି ତାହା ତୁଳନାରେ ସିମ୍ପାଞ୍ଜିମାନେ ଆହୁରି ବହୁତ ଅଧିକ କିଛି । ସେମାନେ ଅତ୍ୟନ୍ତ ଚତୁର ଏବଂ ବୁଦ୍ଧିମନ୍ତ ଜୀବ ଅଟନ୍ତି । ସିମ୍ପାଞ୍ଜିମାନେ ଉଲ୍ଲେଖନୀୟ ଜ୍ଞାନଗତ ଦକ୍ଷତା ପ୍ରଦର୍ଶନ କରନ୍ତି ଯାହା ମାନବଙ୍କ ସହିତ ଅନେକ ଉପାୟରେ ପ୍ରତିଦ୍ୱନ୍ଦ୍ୱିତା କରେ ।୧୯୯୪ ମେ ୧୬ରେ ପ୍ରଥମ କରି ଏଠାକୁ ସିଙ୍ଗାପୁର ଚିଡିଆଖାନାରୁ ୪ବର୍ଷର ଅଣ୍ଡିରା ସିମ୍ପାଞ୍ଜି “ଜୁଲୁ’ ଓ ୩ବର୍ଷର ମାଈ ସିମ୍ପାଜି “ପମ୍ପେଟା’କୁ ଅଣାଯାଇଥିଲା । ୧୯୯୮ରେ ସେମାନଙ୍କ ମିଳନ କରାଯାଇଥିଲା । ପ୍ରଥମ ଥର ସେହି ବର୍ଷ ମେ ୧୨ ତାରିଖରେ ‘ପମ୍ପେଟା’ ଏକ ମାଈ ଛୁଆ ଜନ୍ମ ଦେଇଥିଲା । ସିମ୍ପାଞ୍ଜି ବଂଶ ବୃଦ୍ଧିରେ ନନ୍ଦନକାନନ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲା ।
ଏହି ପରି ସିମ୍ପାଞ୍ଜି ସଂଖ୍ୟା ୧୫ରେ ପହଞ୍ଚିଥିଲା । ମାତ୍ର ୨୦୨୪ ଡିସେମ୍ବର ୩୦ ରେ ୩୬ ବର୍ଷୀୟ ଅଣ୍ଡିରା ସିମ୍ପାଞ୍ଜି ‘ଜୁଲୁ’ର ମୃତ୍ୟୁ ହୋଇଥିଲା । ଜୁଲୁର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ୩ଟି ଅଣ୍ଡିରା ସିମ୍ପାଞ୍ଜି ଅଛନ୍ତି, କିନ୍ତୁ ସେମାନେ ଏବେ ଛୋଟ । ସବୁଠୁ ବଡ଼ ଅଣ୍ଡିରା ସିମ୍ପାଞ୍ଜି ‘ରାଜା’ର ବୟସ ସାଢ଼େ ୪ ବର୍ଷ । ଅନ୍ୟ ଦୁଇଟି ହେଲେ ପୁଷ୍ପ ଓ ସୁରଜ । ସେମାନଙ୍କ ବୟସ ଯଥାକ୍ରମେ ସାଢ଼େ ୬ ମାସ ଓ ସାଢ଼େ ୫ ମାସ । ରାଜା ପ୍ରାପ୍ତ ବୟସ୍କ ହେବାକୁ ଆହୁରି ୫ ବର୍ଷ ଲାଗିବ ।
