Sat. Apr 18th, 2026
509559390

ନ୍ୟୁଜ ଡେକ୍ସ: ନବଜାତକ ଯାଆଁଳା ଶିଶୁ କନ୍ୟାକୁ ୧୦୮ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ସମୟରେ ଅଘଟଣ ।ଏମସିଏଚରେ ଫାଟିଗଲା ଆମ୍ବୁଲାନ୍ସର ଅକ୍ସିଜେନ୍ ଗ୍ୟାସ୍ ସିଲିଣ୍ଡର ।

ଦୁର୍ଘଟଣାରେ ଶିଶୁର ବାପା ସାମାନ୍ୟ ଆହତ ହୋଇଥିବା ବେଳେ ବୁଢୀ ମାଆ ଗୁରୁତର ହୋଇଛନ୍ତି । ନିଆଁ ଲିଭାଇବାକୁ ଉଦ୍ୟମ ବେଳେ କିଛି ଲୋକଙ୍କ ହାତ ଜଳିଯାଇଛି। ସୂଚନା ଅନୁଯାୟୀ ମୁରିବାହାଲ ଥାନା ଅନ୍ତର୍ଗତ ଚିକନିବାହାଲି ଗାଁର ଋଷଭ ଜାନିଙ୍କ ପତ୍ନୀଙ୍କ ପ୍ରସୂତି ଲାଗି ଟିଟିଲାଗଡ଼ ମାତୃ ଓ ଶିଶୁ ଡାକ୍ତରଖାନାରେ ଭର୍ତ୍ତୀ ହୋଇଥିଲେ। ତାଙ୍କର ଦୁଇ କନ୍ୟା ସନ୍ତାନ ଜନ୍ମ ହୋଇଥିବାବେଳେ ଶିଶୁ ଦୁର୍ବଳ ଥିବା ନେଇ ଡାକ୍ତର ବଲାଙ୍ଗୀର ମେଡିକାଲକୁ ରେଫର କରିଥିଲେ।

ମହିଳାଙ୍କୁ ଆମ୍ବୁଲାନ୍ସରେ ବଲାଙ୍ଗିର ନେବା ପାଇଁ ଅକ୍ସିଜେନ ସିଲିଣ୍ଡର ଆମ୍ବୁଲାନ୍ସରେ ସଂଯୋଗ ସମୟରେ ତାହା ବିସ୍ଫୋରଣ ହୋଇଥିଲା। ସେ ସମୟରେ ଆମ୍ବୁଲାନ୍ସରେ ବସିଥିବା ଦୂତିଆଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଆଣ୍ଠୁରୁ ପାଦ ପର୍ଯ୍ୟନ୍ତ ନିଆଁରେ ପୋଡି ହୋଇଯାଇଛି।

509559390

Leave a Reply

Your email address will not be published. Required fields are marked *