Sat. Apr 18th, 2026

ନ୍ୟୁଜ ଡେକ୍ସ: ଯାଜପୁର ଜିଲ୍ଲା ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୫ରୁ ଖୋଲିବ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ଏହି ସମୟରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପରିମଳ ବ୍ୟବସ୍ଥା ଉପରେ ନଜର ଦେବେ । ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଡିସ୍ଇନ୍ଫେକ୍ସନ କରାଯିବା ସହ ମଧ୍ୟାହ୍ନ ଭୋଜନ ଓ ପାଣି ଉପରେ ଅଧିକ ଗୁରୁତ୍ବ ଦେବେ ।

ତେବେ ସ୍କୁଲ ବନ୍ଦ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍କୁଲ ଯିବାକୁ ନିର୍ଦ୍ଦେଶ ଦିଆଯାଇଠଛି। ଏଥିସହ ଏହି ଛୁଟି ସମୟରେ ସମସ୍ତ ବିଦ୍ୟାଳୟରେ ପାନୀୟ ଜଳ ବିଷୋଧନ କରାଯିବ। ପରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ। ପିଇବା ଉପଯୋଗୀ ନଥିଲେ ଅନ୍ୟ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ସ୍କୁଲ୍‌ ଆସି ପରିମଳ ବ୍ୟବସ୍ଥା ପରଖିବେ। ସେହିପରି ଆସନ୍ତାକାଲି ଭୁବନେଶ୍ବର, କଟକ ମହାନଗରରେ ବନ୍ଦ ରହିବ ସମସ୍ତ ସ୍କୁଲ୍‌।

ଖୋର୍ଦ୍ଧା ଓ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି ଗଣ ଶିକ୍ଷା ବିଭାଗ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ସ୍କୁଲ୍‌ ଛୁଟି ରଖିବାକୁ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ପାଇଁ ବିପୁଳ ଜନ ସମାଗମ ହେବ। ଟ୍ରାଫିକ୍‌ ସମସ୍ୟା ଆଶଙ୍କା କରି ସ୍କୁଲ୍‌ ଛୁଟି ପାଇଁ ନିଷ୍ପତ୍ତି ନେଇଛି ବିଭାଗ।

Leave a Reply

Your email address will not be published. Required fields are marked *