ନ୍ୟୁଜ ଡେକ୍ସ: ଖର୍ଚ୍ଚ ପରେ ଖର୍ଚ୍ଚ ବଢୁଛି କିନ୍ତୁ ଆୟ ନାହିଁ । କ୍ଷତିରେ ଚାଲୁଛି OSRTC । ଦୁଇ ବର୍ଷରେ OSRTCକୁ ୪୫ କୋଟି ୪୬ ଲକ୍ଷ ଟଙ୍କା କ୍ଷତି ହୋଇଛି ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ OSRTC ୧୪୫ କୋଟି ଟଙ୍କା ଆୟ କରିଥିବା ବେଳେ ବ୍ୟୟ ହୋଇଥିଲା ୧୬୪ କୋଟି ୧୨ ଲକ୍ଷ ଟଙ୍କା । ସେହି ବର୍ଷ OSRTC ମୋଟ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ସହିଥିଲା । ସେହିପରି ୨୦୨୩-୨୪ ଆର୍ଥିକ ବର୍ଷର ରିପୋର୍ଟ ଦେଖିବାକୁ ଗଲେ OSRTC ୧୫୬ କୋଟି ୪୩ ଲକ୍ଷ ଟଙ୍କା ଆୟ ହୋଇଥିବା ବେଳେ ବ୍ୟୟର ପରିମାଣ ଥିଲା ୧୮୩ କୋଟି ।
ସେହି ଆର୍ଥିକ ବର୍ଷରେ ମୋଟ ୬ ଲକ୍ଷ ଟଙ୍କା ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ସହିଥିଲା । ତେବେ ପୂର୍ବ ବର୍ଷ ତୁଳନାରେ ଆୟ ବଢିଥିବା ବେଳେ ବ୍ୟୟର ପରିମାଣ ବଢିଥିବା ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।
