Fri. Apr 17th, 2026

ନ୍ୟୁଜ ଡେକ୍ସ: ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଆସନ୍ତା ଏପ୍ରିଲ ୨ ତାରିଖରେ ରାଜ୍ୟ ତମାମ ଖଡି ଛୁଆଁ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମ କରି ନାମ ଲେଖାଉଥିବା କୁନି କୁନି ପିଲାଙ୍କୁ ସେହି ଦିନ ଖଡି ଛୁଆଇବେ ଗୁରୁ । ଏହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଏପ୍ରିଲ ୨ ତାରିଖରେ ବଡ଼ଗଡ଼ ସ୍କୁଲକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ସେଦିନ ସକାଳ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ପହଞ୍ଚି ପିଲାମାନଙ୍କୁ ଖଡି ଛୁଆଁଇ ସେମାନଙ୍କର ଶିକ୍ଷାରମ୍ଭ କରାଇବେ। ଏଥିପାଇଁ ବଡ଼ଗଡ଼ ସ୍କୁଲ ପରିସରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟ ପହଞ୍ଚି ପ୍ରସ୍ତୁତିର ତଦାରଖ କରିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂଙ୍କ ପ୍ରତିନିଧି ସଂଗ୍ରାମ ମାର୍ଥା ଉପସ୍ଥିତ ଥିଲେ।

ସେହିପରି ସ୍କୁଲକୁ ସୁସଜ୍ଜିତ କରାଯିବ। କୁନି କୁନି ପିଲାମାନଙ୍କୁ ତିଳକ ଲଗାଇ ଫୁଲ ପକାଇ ସ୍ୱାଗତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ହାତରେ ପିଲାମାନଙ୍କୁ ଯାଦୁ ପେଡି ବଣ୍ଟନ କରାଯିବ। ଅଭିଭାବକମାନଙ୍କୁ ନେଇ ଏକ ହ୍ୱାଟ୍ସ ଆପ୍‌ ଗ୍ରୁପ ତିଆରି କରାଯିବ।

Leave a Reply

Your email address will not be published. Required fields are marked *