ନ୍ୟୁଜ ଡେକ୍ସ : ଶପଥ ନେଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ । 15 ତମ ଉରାଷ୍ଟ୍ରପତି ଭାବେ ନେଲେ ଶପଥ । ପଦ ଓ ଗୋପନିୟତାର ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇj ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି ଶପଥ ସମାରୋହ । ଗୁରୁବାର ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ସି.ପି. ରାଧାକ୍ରିଷ୍ଣନ୍ ।
ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ତାଙ୍କ କ୍ୟାବିନେଟର ଅନେକ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦେଶର ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୨୧ ଜୁଲାଇ ସନ୍ଧ୍ୟାରେ ଇସ୍ତଫା ଦେଇଥିଲେ ।
ଧନଖଡଙ୍କ ଇସ୍ତଫା ପରେ ହିଁ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ ଇଣ୍ଡି ମେଣ୍ଟର ବି. ସୁଦର୍ଶନ ରେଡ୍ଡିଙ୍କୁ ହରାଇ ବିଜୟୀ ହୋଇଛନ୍ତି । ଏହି ନିର୍ବାଚନରେ ତାଙ୍କୁ ୪୫୨ ଭୋଟ ମିଳିଥିଲା । ଅଲ୍ ଇଣ୍ଡିଆ ଆଲାଏନ୍ସ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା ।
