Sat. Apr 18th, 2026

ନ୍ୟୁଜ ଡେକ୍ସ : ଆଜି ଲଦାଖର ସିଆଚେନ ଗ୍ଲେସିୟରରେ ପ୍ରବଳ ତୁଷାରପାତ (ହିମସ୍ଖଳନ) ହୋଇ ତିନି ଜଣ ଭାରତୀୟ ସେନା ପ୍ରାଣ ହରାଇଛନ୍ତି।

ହଠାତ୍ ତୁଷାରପାତ ଯୋଗୁଁ ସିଆଚେନର ଉଚ୍ଚରେ ଥିବା ବେସ କ୍ୟାମ୍ପରେ ସୈନିକମାନେ ବରଫ ଏବଂ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।ଏହା ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର । ଏଠାରେ ସୈନିକ ୬୦ ଡିଗ୍ରୀ ଥଣ୍ଡା, ପବନ ଏବଂ ବରଫକୁ ସାମ୍ନା କରୁଛନ୍ତି ଯବାନ ।

ହିମସ୍ଖଳନ ଯୋଗୁଁ ସେନାର ଏକ ପୋଷ୍ଟ ନଷ୍ଟ ହୋଇଛି । ସେନାର ଉଦ୍ଧାରକାରୀ ଦଳ କାମରେ ଲାଗିପଡିଛନ୍ତି । ଏମାନେ ଲେହ ଏବଂ ଉଧମପୁରରୁ ବାହାରିଛନ୍ତି ।ତେବେ ଅନ୍ୟପଟେ ଚାପି ହୋଇଯାଇ ଥିବା ସୈନିକ ଉଦ୍ଧାରକାର୍ଯ୍ୟ ପରେ ତିନି ଜଣଙ୍କ ମୃତଦେହ ସେଠାରୁ ଉଦ୍ଧାର କରାଯାଇଛି।

Leave a Reply

Your email address will not be published. Required fields are marked *