Thu. Jun 4th, 2026

ନ୍ୟୁଜ ଡେକ୍ସ : ଶ୍ରୀକ୍ଷେତ୍ର ପୁରୀର ମହୋଦଧି ତଟରେ ବିପର୍ଯ୍ୟୟ ବିପଦ ହ୍ରାସ ଓ ପରିଚାଳନା ଉପରେ ଅନ୍ତର୍ଜାତୀୟ ସ୍ତରର ଏକ ବଡ଼ ମାନସମନ୍ଥନ ଆରମ୍ଭ ହୋଇଛି। ବିକ୍ସ ଗୋଷ୍ଠୀ ଅନ୍ତର୍ଗତ ବିପର୍ଯ୍ୟୟ ପରିଚାଳନା ବିଷୟରେ ଆୟୋଜିତ ଦ୍ୱିତୀୟ ବୈଠକର ଆଜି ଦ୍ୱିତୀୟ ଦିନ ଚାଲିଛି। ଏହି ୩ ଦିନିଆ ସମ୍ମିଳନୀରେ ବ୍ରାଜିଲ, ରୁଷ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ଚୀନ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଓ ୟୁଏଇ ସହିତ ମୋଟ ୧୧ଟି ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି।

ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ବିଶ୍ୱ ସ୍ତରରେ ବଢ଼ୁଥିବା ବିପର୍ଯ୍ୟୟ ଜୋଖିମକୁ କିପରି ହ୍ରାସ କରାଯାଇପାରିବ ଏବଂ ଏହା ପାଇଁ ଏକ ସାମୁହିକ ରଣନୀତି ଗଢ଼ିବା। ବାତ୍ୟା, ବନ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରବଣ ଓଡ଼ିଶାରେ ଏଭଳି ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି।

ମହୋଦଧି ତଟରେ ଏହି ଉଚ୍ଚସ୍ତରୀୟ ଆଲୋଚନାରେ ବିପର୍ଯ୍ୟୟ ପୂର୍ବ ସତର୍କତା ବ୍ୟବସ୍ଥା, ଜଳବାୟୁ ପରିବର୍ତ୍ତନର ପ୍ରଭାବ, ଉଦ୍ଧାର ଓ ପୁନର୍ବାସନ ବ୍ୟବସ୍ଥା ଏବଂ ଆଧୁନିକ ତଥ୍ୟ ପ୍ରଯୁକ୍ତି ଆଧାରିତ ଡିଜାଷ୍ଟର ମ୍ୟାନେଜମେଣ୍ଟ ଉପରେ ଗଭୀର ଚର୍ଚ୍ଚା ଚାଲିଛି। ଏହି ସମ୍ମିଳନୀ ଓଡ଼ିଶାକୁ ବିଶ୍ୱ ମଞ୍ଚରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *