Fri. Apr 17th, 2026

ନ୍ୟୁଜ ଡେକ୍ସ: ଟ୍ରାଙ୍କୁଲାଇଜ୍ ପରେ ମରାଠା ବାଘୁଣୀ ଜିନତ୍କୁ ପଶ୍ଚିମବଙ୍ଗ ଆଲିପୁର ଚିଡିଆଖାନାକୁ ପଠାଯିବାକୁ ନେଇ ପ୍ରଶ୍ନ ଉଠାଇଛି ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) । ବାଘୁଣୀକୁ କାହିଁକି ଓଡିଶା ଶିମଳିପାଳକୁ ଫେରାଇ ଅଣାଗଲାନି ବୋଲି ପଶ୍ଚିମବଙ୍ଗ ବନ ବିଭାଗକୁ ପ୍ରଶ୍ନ କରିଛି । ପଶ୍ଚିମବଙ୍ଗ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକଙ୍କୁ ଭର୍ତ୍ସନା କରିବା ସହ ଏହାର ଜବାବ ମାଗିଛନ୍ତି ।

ସୂଚନା ଅନୁସାରେ, ରାତି ୧.୪୫ ମିନିଟରେ ମୟୂରଭଞ୍ଜ ଝାରପୋଖରିଆ ଦେଇ ଶିମିଳିପାଳରେ ପହଞ୍ଚିଛି ଜିନ୍ନତ । ଗ୍ରୀନ କରିଡ଼ର ମଧ୍ୟରେ ଜିନ୍ନତକୁ ଓଡ଼ିଶା ଅଣାଯାଇଛି । କୋଲତାକାକୁ ଓଡ଼ିଶା ବନ ବିଭାଗର ୧୦ ଜଣିଆ ଟିମ ଯାଇଥିଲେ। ଆଲିପୁରରୁ ସ୍ଥାନାନ୍ତର ପାଇଁ ପଶ୍ଚିମବଙ୍ଗ ବନ୍ୟପ୍ରାଣୀ ବିଭାଗକୁ ଏକ ଚିଠି ଲେଖି ଏନଟିସିଏ ନିର୍ଦ୍ଦେଶ ଦେଇଥିଲା ।ଦୀର୍ଘ ଦିନ ଧରି ଚକମା ଦେଇ ବୁଲୁଥିବା ବାଘୁଣୀ ଜିନ୍ନତ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟରେ ଧରାପଡ଼ିଥିଲା ।

ପଶ୍ଚିମବଙ୍ଗର ଗୋସାଇଁଡିହି ଗ୍ରାମ୍ୟ ଜଙ୍ଗଲରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା । ଟ୍ରାଙ୍କୁଲାଇଜ ପରେ ଦୀର୍ଘ ୨ ଦିନ ହେବ ଆଲିପୁର ଚିଡିଆଖାନାରେ ରଖାଯାଇଥିଲା । ସେଠାରେ ୧୨ ଜଣିଆ ଡାକ୍ତରୀ ଟିମ୍ ଜିନ୍ନତର ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ। ବନବିଭାଗର ଟିମ୍ ଜିନ୍ନତ ଉପରେ ନଜର ରଖିଥିଲେ ।

Leave a Reply

Your email address will not be published. Required fields are marked *