Thu. Apr 16th, 2026

ନ୍ୟୁଜ ଡେକ୍ସ: ଟିଏମ୍ସି ସାଂସଦ ୟୁସୁଫ ପଠାନଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ କୌଣସି ମୁସଲମାନଙ୍କୁ ବିଦା କରିବାର ପ୍ରକ୍ରିୟା କରାଯାଇନାହିଁ । ପାକିସ୍ତାନୀ ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବିଦା କରାଯିବ । ଜନମାନସରେ ଆନ୍ଦୋଳନ ହେଲା ଭଳିଆ ସ୍ଥିତି ଆସିଲାଣି ।

ଅମିତ ଶାହଙ୍କୁ ଲେଖାଯାଇଥିବା ଚିଠିରେ ନିଜର ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଓଡ଼ିଶା ସରକାର କେବଳ ରାଜ୍ୟରେ ଅବୈଧ ଭାବରେ ରହୁଥିବା ଲୋକ ମାନଙ୍କୁ ରାଜ୍ୟରୁ ବାହାର କରିବାକୁ ଚାହୁଁଛନ୍ତି। ଯେଉଁ ବାଂଲାଦେଶୀ ବାସିନ୍ଦା ମାନେ କୌଣସି ଆଇନଗତ କାଗଜପତ୍ର ବିନା ଓଡ଼ିଶାରେ ରହୁଛନ୍ତି କେବଳ ସେହିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କୁ ରାଜ୍ୟରୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛି।

ତେବେ ଏଥିରେ କୌଣସି ମୁସଲମାନ ମାନଙ୍କୁ ଟାର୍ଗେଟ କରାଯାଉନାହିଁ। ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ ଦ୍ୱାରା ମୁସଲିମ ସମ୍ପ୍ରଦାୟର କୌଣସି ସଦସ୍ୟ ବିନା କାରଣରେ ପ୍ରଭାବିତ ହେବେ ନାହିଁ। ଏହି ଘଟଣାରେ ମେ ୨ ତାରିଖରେ ଟିଏମସି ସାଂସଦ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

Leave a Reply

Your email address will not be published. Required fields are marked *