Sun. Feb 22nd, 2026

ନ୍ୟୁଜ ଡେକ୍ସ: ରାଜ୍ୟରେ ଓଡ଼ିଶା ଇଣ୍ଡଷ୍ଟିଆଲ ସିକ୍ୟୁରିଟି ଫୋର୍ସର ଆଉ ଏକ ବାଟାଲିଅନ ହେବ। ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ବର୍ତ୍ତମାନ ମଞ୍ଜୁରୀ ମିଳିଛି। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି।

ଏହି ନୂତନ ବାଟାଲିଅନ ପାଇଁ ସମୁଦାୟ ୧୦୪୦ ଟି ପଦବୀ ମଧ୍ୟ ସୃଷ୍ଟି କରାଯାଇଛି। ସୂଚନାନୁସାରେ, ରାଜ୍ୟରେ OISF ରେ ଗୋଟିଏ ବାଟାଲିୟନ କାର୍ଯ୍ୟରତ ଅଛି। ଏହାର ସମୁଦାୟ ପଦବୀ ସଂଖ୍ୟା ୧୮୦୭। ନୂଆ ବାଟାଲିୟନ ସୃଷ୍ଟି ହେବା ପରେ ଏଥିରେ ସମୁଦାୟ ୨ଟି ବାଟାଲିୟନ କାର୍ଯ୍ୟ କରିବ।

୨ଟି ବାଟାଲିୟନର ପଦବୀ ସଂଖ୍ୟା 2847 ହେବ। ନୂଆ ବାଟାଲିଅନ ସୃଷ୍ଟି ହେବା ପରେ ରାଜ୍ୟରେ ସମୁଦାୟ ୨ଟି ବାଟାଲିଅନ କାର୍ଯ୍ୟ କରିବ। ୨ଟି ବାଟାଲିଅନର ପଦବୀ ସଂଖ୍ୟା ୨୮୪୭ ହେବ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରି ପଦକ୍ଷେପ ନେଉଛନ୍ତି।

Leave a Reply

Your email address will not be published. Required fields are marked *