Fri. Apr 17th, 2026

ନ୍ୟୁଜ ଡେକ୍ସ: ରାଜ୍ୟରେ ଏବେ ଜାରି ରହିଛି କାଳବୈଶାଖୀ ପ୍ରଭାବ। ୨୦ ତାରିଖରୁ ବର୍ଷା କମିବା ସହ ଖରାର ପ୍ରକୋପ ବଢିବା ନେଇ ଅନୁମାନ କରାଯାଉଥିଲା। ହେଲେ ଏବେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଛି କି, ୨୦ ତାରିଖ ନୁହେଁ ୨୫ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ।

ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣଂ ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡିଶାକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ଉପକୂଳ ଓଡିଶାକୁ ରହିଛି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।୨୧ତାରିଖରେ ଉତ୍ତର ଓଡିଶାର ୪ଜିଲ୍ଲା ମୟୁରଭଞ୍ଜ, କେଉଁଝର, ବାଲେଶ୍ବର ଓ ଭଦ୍ରକରେ ବର୍ଷା ସମ୍ଭାବନା ଥିବା ବେଳେ ଦକ୍ଷିଣ ଓଡିଶାରେ ବି ବର୍ଷାର ପ୍ରଭାବ ରହିବ। ଏଥିପାଇଁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିପରି ୨୨ତାରିଖରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ୟେଲୋ ଆଲର୍ଟ ଦିଆଯାଇଛି। ସେହିପରି ୨୩ ତାରିଖରେ ୩ ଜିଲ୍ଲା ରାୟଗଡା, କୋରାପୁଟ ଓ ମାଲକାନଗିରିରେ ବର୍ଷା ରହିବ।

Leave a Reply

Your email address will not be published. Required fields are marked *