Sat. Feb 21st, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ବିଧାୟକମାନଙ୍କ ଦରମା ବୃଦ୍ଧି ସହିତ ରାଜ୍ୟ ଦେଶରେ ପ୍ରଥମ ସ୍ଥାନକୁ ଅଭିଯାନ କରିଛି। ବିଧାନସଭାରେ “ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ବିଧାୟକମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ-୨୦୨୫” ପାରିତ ହେବାପରେ ଦରମାରେ ଏହି ରେକର୍ଡ ବୃଦ୍ଧି ଘଟିଛି।ନୂତନ ବିଲ୍ ଅନୁସାରେ, ବିଧାୟକଙ୍କ ମୂଳ ଦରମା ୩୫,୦୦୦ ଟଙ୍କାରୁ ବଢି ୯୦,୦୦୦ ଟଙ୍କା ହେବ। ସେହିପରି ବ୍ୟୟ ଭତ୍ତା ୪୦,୦୦୦ ରୁ ୯୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଭତ୍ତା ବାବଦକୁ ବିଧାୟକମାନେ ୭୫,୦୦୦ ଟଙ୍କା ପାଇବେ।

– କମିଟି ବୈଠକ: ୩,୦୦୦ ଟଙ୍କା

– ରାଜ୍ୟ ବାହାରେ ବୈଠକ: ୧୦,୦୦୦ ଟଙ୍କା

– ମାସିକ ଯାନବାହନ ଭତ୍ତା: ୫୦,୦୦୦ ଟଙ୍କା

– ବିଦ୍ୟୁତ ଦେୟ: ୨୦,୦୦୦ ଟଙ୍କା

– ଚିକିତ୍ସା ଭତ୍ତା: ୩୫,୦୦୦ ଟଙ୍କା

– ବାସସୁଯୋଗ ନଥିଲେ ଦୈନିକ: ୨,୦୦୦ ଟଙ୍କା

ଏହି ସମସ୍ତ ସୁବିଧା ମିଶାଇ ବିଧାୟକଙ୍କ ମାସିକ ଦରମା ବର୍ତ୍ତମାନ ପାଖାପାଖି ୩ ଲକ୍ଷ ୪୫ ହଜାର ଟଙ୍କାକୁ ଟପି ଯାଇଛି। ଅନ୍ୟ ରାଜ୍ୟସହ ତୁଳନାଏପର୍ଯ୍ୟନ୍ତ ଦେଶରେ ସର୍ବାଧିକ ଦରମା ଝାରଖଣ୍ଡର ବିଧାୟକମାନେ ପାଉଥିଲେ, ଯାହା ହେଉଛି ୨.୮୮ ଲକ୍ଷ ଟଙ୍କା।ମହାରାଷ୍ଟ୍ରରେ ମଧ୍ୟ ବିଧାୟକମାନେ ୨.୮୮ ଲକ୍ଷ ପାଉଥିବାବେଳେ ତେଲେଙ୍ଗାନା ଓ ମଣିପୁରରେ ୨.୫୦ ଲକ୍ଷ ଟଙ୍କା ପାଇଥାନ୍ତି।କେରଳର ବିଧାୟକମାନେ ୭୦ ହଜାର ଏବଂ ଦିଲ୍ଲୀରେ ସର୍ବନିମ୍ନ ୯୦ ହଜାର ଦରମା ମିଳେ।ଶୀର୍ଷ ପଦବୀଧାରୀମାନଙ୍କ ନୂତନ ଦରମା

– ମୁଖ୍ୟମନ୍ତ୍ରୀ: ୩,୭୪,୦୦୦ ଟଙ୍କା

– ବିଧାୟକ: ୩,୪୫,୦୦୦ ଟଙ୍କା

– ବାଚସ୍ପତି/ଉପମୁଖ୍ୟମନ୍ତ୍ରୀ: ୩,୬୮,୦୦୦ ଟଙ୍କା

– ଉପବାଚସ୍ପତି/ଉପରାଷ୍ଟ୍ରମନ୍ତ୍ରୀ: ୩,୫୬,୦୦୦ ଟଙ୍କା

– କ୍ୟାବିନେଟ ମନ୍ତ୍ରୀ/ବିପକ୍ଷ ଦଳନେତା: ୩,୬୨,୦୦୦ ଟଙ୍କା

– ଉପମୁଖ୍ୟ ସଚେତକ: ୩,୫୦,୦୦୦ ଟଙ୍କା

ଏହି ବୃଦ୍ଧି ସହ ଓଡ଼ିଶା ଏବେ ବିଧାୟକଙ୍କ ଦରମାରେ ଦେଶରେ ନମ୍ବର ୧ ସ୍ଥାନକୁ ଦଖଲ କରିଛି।

Leave a Reply

Your email address will not be published. Required fields are marked *