Thu. Oct 23rd, 2025

ନ୍ୟୁଜ ଡେକ୍ସ: ବଡ଼ ଅଘଟଣ। ଓଭର ବ୍ରିଜ ଉପରୁ ତଳକୁ ଖସିଲା ଟ୍ୟାଙ୍କର। ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସିଲା ଟ୍ୟାଙ୍କର। ଓଭର ବ୍ରିଜ ଉପରେ ଯାଉଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ୩୦ ଫୁଟ୍ ତଳକୁ ଖସି ପଡିଥିବା ସୂଚନା। ଦୁର୍ଘଟଣା ଘଟିଛି ରାୟଗଡ଼ା ସଦର ମାର୍କେଟ୍ ଓଭର ବ୍ରିଜ ଉପରେ।

ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଡ୍ରାଇଭର। ବଜାର ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିବା ବେଳେ କାହାର କୌଣସି କ୍ଷୟକ୍ଷତି ହୋଇଥିବାର ରିପୋର୍ଟ ନାହିଁ। ଦୁର୍ଘଟଣା ପରେ ଗାଡ଼ିର ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିବା ସନ୍ଦେହ କରାଯାଉଛି।

ପ୍ରତ୍ୟକ୍ଷଦର୍ଶୀମାନଙ୍କ କହିବାନୁଯାୟୀ, ଡ୍ରାଇଭର ବିପରୀତ ଦିଗରୁ ଆସୁଥିବା ଏକ ସ୍କୁଟରକୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୋରାପୁଟରୁ ଝାରସୁଗୁଡ଼ା ଯାଉଥିବା ବେଳେ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *