Thu. Oct 23rd, 2025

ନ୍ୟୁଜ ଡେକ୍ସ : ବିଜେଡ଼ି ଛାଡି଼ କଂଗ୍ରେସର ହାତ ଧରିବେ କି ଭୂପିନ୍ଦର ସିଂ ! ବିଜେଡ଼ିର ବରିଷ୍ଠ ନେତା ଭୂପିନ୍ଦର ସିଂ ଦେଇଛନ୍ତି ବଡ଼ ବୟାନ । ଯାହା ରାଜ୍ୟ ରାଜନୀତିକୁ ଏବେ ସରଗରମ କରିଛି । ତାଙ୍କର ବୟାନ ଏବେ ସେ ଶଙ୍ଖ ଛାଡ଼ି ହାତ ଆଡ଼କୁ ଇଙ୍ଗିତ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

କଂଗ୍ରେସ ଦେଶରେ ଓ ରାଜ୍ୟରେ ବଢିବାରେ ଲାଗିଛି। ବିଜେଡି ଠିକ୍‌ ଭାବେ ମୁଖ୍ୟ ବିରୋଧୀଦଳର ଭୂମିକା ନ ନେଲେ କଂଗ୍ରେସ ବଢ଼ିବ। ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ। ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି। ଲୋକେ ବିରୋଧୀଦଳଠୁ ଯାହା ଆଶା କରୁଛନ୍ତି ତାହା ବିଜେଡିଠୁ ପାଉ ନାହାଁନ୍ତି। ୨୦୨୪ ନିର୍ବାଚନ ପରଠୁ ଆଜି ପର୍ଯ୍ୟନ୍ତ ବି ସଂସଦରେ ଆମ ଷ୍ଟାଣ୍ଡ କ୍ଲିଅର ହୋଇପାରିନି। ଏହାକୁ ଦଳର ନେତା ଗମ୍ଭୀରତାର ସହ ନେବା ଦରକାର। ଏହା ଭାବିବା ଉଚିତ୍ ନୁହେଁ ଯେ ଭୁପିନ୍ଦର କାହିଁକି କହିଲା ।

ମୁଁ ଲୋକଙ୍କ ମତ କଥା କହୁଛି । ଆମେ ଯଦି ଲୋକଙ୍କ କଥାକୁ ଖାମ ଖିଆଲ ଭାବେ ନେବା ତାହାଲେ ଦଳ ପାଇଁ କ୍ଷତି ହେବ। ଆମ ଷ୍ଟାଣ୍ଡ କ୍ଲିଅର ହେବା ଦରକାର ବୋଲି ଭୁପିନ୍ଦର ସିଂ କହିଛନ୍ତି।ସେ ଯେଉଁ ଚିହ୍ନରେ ବି ନିର୍ବାଚନରେ ଠିଆ ହେଲେ ଲୋକେ ଭୋଟ ଦେବେ ବୋଲି କହିଛନ୍ତି ଏହି ବିଜେଡ଼ି ନେତା । ଲୋକେ ହିଁ ତାଙ୍କର ଭବିଷ୍ୟତ ନିର୍ଦ୍ଧାରଣ କରିବେ ବୋଲି ମଧ୍ଯ ଭୂପିନ୍ଦର ସିଧାସଳଖ କହି ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଛନ୍ତି ।

Leave a Reply

Your email address will not be published. Required fields are marked *