Fri. Apr 17th, 2026

ନ୍ୟୁଜ ଡେକ୍ସ : ମୋବାଇଲ ଆପରେ ବାୟୋମେଟ୍ରିକ ଉପସ୍ଥାନ ବାଧ୍ୟତାମୂଳକ ରହିଛି। ଏନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶ ଜାରି କରିଛି।

୧ ସେପ୍ଟେମ୍ବର ଠାରୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମସ୍ତ କର୍ମଚାରୀଙ୍କୁ ମୋବାଇଲ ଆପ୍ ମାଧ୍ୟମରେ ଉପସ୍ଥାନ ଦେବାକୁ କୁହାଯାଇଛି। ଆପ୍‌ରୁ ପ୍ରାପ୍ତ ଅନୁପସ୍ଥିତ ବିବରଣୀ ଆଧାରରେ ପରବର୍ତ୍ତୀ ମାସର ଦରମା ପ୍ରଦାନ କରାଯିବ।

ଲଗ୍ ଇନ୍ କିମ୍ବା ଲଗ୍ ଆଉଟ୍ ସମୟରେ ଯେକୌଣସି ଅସୁବିଧାର ସମ୍ମୁଖୀନ ହେଲେ ନିୟୋଜିତ କର୍ମଚାରୀଙ୍କୁ ରିପୋର୍ଟ କରିବାକୁ ହେବ ବୋଲି କୁହାଯାଇଛି। ଅଫିସରେ କର୍ମଚାରୀଙ୍କ ଉପସ୍ଥାପନାରେ ସ୍ୱଛତା ପାଇଁ ବିଭାଗ ପକ୍ଷରୁ ଆପ୍ ବ୍ୟବହାର କରାଯାଉଛି ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *