Mon. Dec 23rd, 2024

ନ୍ୟୁଜ ଡେସ୍କ: ଅନ୍ୟ ରାଷ୍ଟ୍ର ତୁଳନାରେ ଭାରତୀୟମାନେ କାହିଁ କେଉଁ କାଳରୁ କଦଳୀ ଫଳକୁ ଜଳଖିଆ ଭାବେ ଖାଉଥିବାର ଖାଦ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଏମାନଙ୍କ ସୁସ୍ଥତାର ପ୍ରମୁଖ ରହସ୍ୟ ହେଉଛ କଦଳୀ ନିୟମିତ ଖାଇବା । ନିକଟରେ ଏହି ଫଳ ସମ୍ପର୍କିତ କେତୋଟି ରୋଚକ ତଥ୍ୟ ପ୍ରକାଶିତ ହୋଇଛି । କଦଳୀ ଆପଣଙ୍କୁ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ।

ଏହି ଫଳ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ ଆପଣ ଜାଣନ୍ତି କି କଦଳୀ ଖାଇବା ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ କେତେ ଲାଭଦାୟକ। କଦଳୀରେ ପୋଟାସିୟମ୍ ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହା କେବଳ ଆପଣଙ୍କ ବିପିକୁ କଣ୍ଟ୍ରୋଲ କରେ ତାହା ନୁହେଁ ବରଂ ହାଡକୁ ମଧ୍ୟ ଶକ୍ତିଶାଳୀ କରିଥାଏ। ଖରାଦିନରେ କଦଳୀ ଏକ ପ୍ରମୁଖ ଶକ୍ତି ଉତ୍ସ ଭାବରେ ପରିଗଣିତ। ଏଥିପାଇଁ କିଛି ଲୋକେ ପ୍ରତିଦିନ କଦଳୀ ଖାଇବାକୁ ପସନ୍ଦ କରନ୍ତି। ତେବେ ଆସନ୍ତୁ ଜାଣିବା କଦଳୀର ଉପକାରିତା।

କଦଳୀରେ ଅନେକ କାର୍ବୋହାଇଡ୍ରେଟ୍ ଥାଏ ଯାହାକୁ ଖାଇବା ଦ୍ବାରା ପେଟ ଶୀଘ୍ର ଭରିଯାଏ। ଅଫିସ୍ କିମ୍ବା କଲେଜ ଯିବା ସମୟରେ ଆପଣ ନିଜ ଜଳଖିଆ ମିସ୍ କରୁଛନ୍ତି ତେବେ କଦଳୀ ଖାଇବା ପରେ ବାହାରକୁ ଯାଆନ୍ତୁ କାରଣ ଏହାକୁ ଖାଇଲେ ଶକ୍ତି ମିଳିଥାଏ।-ମାନସିକ ଚାପରୁ ମୁକ୍ତି ପାଇଁ କଦଳୀ ହେଉଛି ବହୁ ଲାଭଦାୟକ।

ବାସ୍ତବରେ କଦଳୀରେ ଟ୍ରାଇପଟୋଫାନ୍ ନାମକ ଏକ ଉପାଦାନ ରହିଛି। ଏହି ଟ୍ରାଇପଟୋଫାନ୍ କାରଣରୁ ଆମ ଶରୀରରେ ସେରୋଟୋନିନ୍ ତିଆରି ହୁଏ ଆଉ ସେରୋଟୋନିନ୍ କୁ ହାପି ହରମୋନ୍ ମଧ୍ୟ କୁହାଯାଏ ଯାହା ଦ୍ବାରା ଆପଣ ମାନସିକ ଚାପ ଠାରୁ ଦୂରେଇ ରହିଥାଆନ୍ତି।

Leave a Reply

Your email address will not be published. Required fields are marked *