Sat. Feb 21st, 2026

ନ୍ୟୁଜ ଡେକ୍ସ : ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଦିନ, ଅର୍ଥାତ୍ ୫ ନଭେମ୍ବର ତାରିଖରେ ଆକାଶ ଶୋଭିତ ହେବ ଏ ବର୍ଷର ସବୁଠୁ ଉଜ୍ଜ୍ୱଳ ଚନ୍ଦ୍ର — ସୁପରମୁନ୍ ସହ। ଏହି ଦିନ ରାତ୍ରି ଆକାଶରେ ଚନ୍ଦ୍ର ସାଧାରଣ ଅପେକ୍ଷା ଅଧିକ ଠୁଲା ଓ ଉଜ୍ଜ୍ୱଳ ଭାବେ ଦେଖିବାକୁ ମିଳିବ।ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଚନ୍ଦ୍ର ପୃଥିବୀର ଚାରିପାଖ ଅଣ୍ଡାକାର କକ୍ଷପଥରେ ଘୂରୁଛି।

ତେଣୁ ପ୍ରତି ମାସ ଏହାର ଦୂରତାରେ ସାମାନ୍ୟ ପରିବର୍ତ୍ତନ ହୁଏ। ଯେତେବେଳେ ଚନ୍ଦ୍ର ପୃଥିବୀର ସବୁଠୁ ନିକଟତମ ସ୍ଥାନ ପେରିଜି ରେ ଥାଏ ଓ ସେହି ସମୟରେ ପୂର୍ଣ୍ଣିମା ହୁଏ, ସେତେବେଳେ ଏହାକୁ ସୁପରମୁନ୍ କୁହାଯାଏ।‘ପେରିଜି’ ଶବ୍ଦ ଗ୍ରୀକ୍ ଭାଷାର ପେରି (ନିକଟ) ଓ ଜିଓ (ପୃଥିବୀ) ଶବ୍ଦରୁ ଗଠିତ। ସୁପରମୁନ୍ ସମୟରେ ଚନ୍ଦ୍ର ସାଧାରଣ ଚନ୍ଦ୍ର ଅପେକ୍ଷା ୧୪% ବଡ଼ ଓ ପ୍ରାୟ ୩୦% ଅଧିକ ଉଜ୍ଜ୍ୱଳ ଦେଖାଯାଏ।

ଏହି ଅଦ୍ଭୁତ ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ଟେଲିସ୍କୋପ୍ କିମ୍ବା ବିଶେଷ ଯନ୍ତ୍ରର ଆବଶ୍ୟକତା ନାହିଁ। କେବଳ ସ୍ୱଚ୍ଛ ଆକାଶ ଏବଂ ସହର ଆଲୋକରୁ ଦୂରେ ଥିଲେ ଏହି ଦୃଶ୍ୟକୁ ନିଜ ଆଖିରେ ଉପଭୋଗ କରିପାରିବେ।ବିଶେଷଜ୍ଞମାନେ କହିଛନ୍ତି, ଏହି ସୁପରମୁନ୍ ଦେଖିବା ଅନୁଭୂତି ଦୁର୍ଲଭ ଏବଂ ମନୋହର ହେବ, କାରଣ ଏହା ସହିତ ଏ ବର୍ଷର ଶେଷ ପୂର୍ଣ୍ଣିମା ଚନ୍ଦ୍ରମା ମଧ୍ୟ ଏକାଠି ହେଉଛି।

Leave a Reply

Your email address will not be published. Required fields are marked *