Thu. Oct 23rd, 2025

ନ୍ୟୁଜ ଡେକ୍ସ : କୁଖ୍ୟାତ ବନ୍ଧୁକ ବେପାରୀ ଶେଖ ନଦୀମ ଗିରଫ । ନଦୀମଙ୍କ ଠାରୁ ଜବତ ହେଲା ୧୦ଟି ସେମି ଅଟୋମେଟିକ ବନ୍ଧୁକ , ୧୮ଟି ଜୀବନ୍ତ ଗୁଳି ଓ ୧୦ଟି ମାଗାଜିନ । ତାସହ ଗୋଟିଏ ମୋବାଇଲ ଫୋନ୍ ଓ ଗୋଟିଏ ମୋଟର ସାଇକେଲ ଜବତ ହୋଇଛି।

ଭୁବନେଶ୍ୱର-କଟକ କମିଶନରେଟ୍ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଜବତ କରିଛି । ଜଗତସିଂହପୁର ଜିଲ୍ଲା କୃଷ୍ଣନନ୍ଦପୁର ଥାନା ଅଧୀନ ଇଟାଟିକିରି ଗାଁର ଶେଖ୍ ହାକିମଙ୍କ ପୁଅ ଶେଖ୍ ନଦିମଙ୍କୁ ଗିରଫ କରାଯାଇଛି । ଶେଖ୍ ନଦିମ ଘର ହେଉଛି ଜଗତସିଂହପୁର ଜିଲ୍ଲା କୃଷ୍ଣନନ୍ଦପୁର ଥାନା ଅଧୀନ ଇଟାଟିକିରି ଗାଁରେ ।

ଅବୈଧ ଅସ୍ତ୍ର ବ୍ୟବସାୟକୁ ଲକ୍ଷ୍ୟ କରି ଏକ ସରଭିଲାନ୍ସ ଅପରେସନ୍ କରିଥିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ । ସ୍ଥାନୀୟ ବ୍ୟବସାୟୀଙ୍କୁ ଆଧୁନିକ ଅସ୍ତ୍ର ବିକ୍ରି କରିବା ପାଇଁ ଚେଷ୍ଟା ଚଳାଇଥିଲା ।ଶେଖ୍ ନଦିମ ୫ଟି ଅନ୍ୟାନ୍ୟ ଅପରାଧିକ ମାମଲାରେ ଜଡିତ ଥିବା ମଧ୍ୟ ପ୍ରାଥମିକ ଭାବେ ଚିହ୍ନଟ ହୋଇଛି । ସେ ୨୦୧୫ରେ ଏନକାଉଣ୍ଟରର ଶିକାର ମଧ୍ୟ ହୋଇଥିଲା ।

Leave a Reply

Your email address will not be published. Required fields are marked *