Sun. Apr 19th, 2026

ନ୍ୟୁଜ ଡେକ୍ସ : ଏସିଆ କପ୍ ୨୦୨୫ ଫାଇନାଲ ପୂର୍ବରୁ ପୁରୀର ନିଳାଦ୍ରୀ ବେଳାଭୂମି ଏକ ବିଶେଷ ଆକର୍ଷଣରେ ପରିଣତ ହୋଇଛି।୨୫୦ଟି କ୍ରିକେଟ୍ ବଲ୍ ସ୍ଥାପନ ସହିତ ମା ଦୁର୍ଗାଙ୍କ ଅଦ୍ଭୁତ ବାଲୁକା ପ୍ରତିମା ତିଆରି କରି ସେ ଏକାଧାରେ ଦୁର୍ଗା ପୂଜାର ଉତ୍ସବମୟ ପରିବେଶ ଓ ଏସିଆ କପ୍ ଫାଇନାଲର ଉତ୍ସାହକୁ ଦେଖାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ଟ୍ଟନାୟକ।

ସୁନ୍ଦର ଏହି ସୃଜନଶୀଳ କାର୍ଯ୍ୟକୁ ଦେଖିବାକୁ ପୁରୀ ବେଳାଭୂମିରେ ଭିଡ଼ ଲାଗିଥିବା ବେଳେ, ସମସ୍ତଙ୍କୁ ଆକର୍ଷଣ କରୁଛି ଏହି ବାଲୁକା କଳାକୃତି। ଟିମ୍ ଇଣ୍ଡିଆକୁ ମା ଦୁର୍ଗାଙ୍କ ଆଶୀର୍ବାଦ ସହ ଟିମ୍ ଇଣ୍ଡିଆକୁ ଶୁଭକାମନା ଜଣାଇଛନ୍ତି।ପୁରୀର ବେଳାଭୂମିରେ ପ୍ରଦର୍ଶିତ ଏହି ବାଲୁକାକୃତି ପ୍ରାୟ ୫ ଟନ୍ ବାଲିରେ ନିର୍ମିତ ହୋଇଛି ଓ ୬ ଫୁଟ ଉଚ୍ଚ ମାନରେ ମା ଦୁର୍ଗାଙ୍କର ବିଶାଳ ମୂର୍ତ୍ତି ତିଆରି କରାଯାଇଛି।

ଏହି କଳାକୃତି କେବଳ ଏକ ଶିଳ୍ପକୃତି ନୁହେଁ, ବରଂ ଭାରତୀୟ କ୍ରିକେଟ୍ ଦଳ ପାଇଁ ଆଶୀର୍ବାଦ ଏବଂ ସମର୍ପଣର ପ୍ରତୀକ ଭାବେ ଗଢ଼ାଯାଇଛି। କଳାକୃତିର ଏକ ମୁଖ୍ୟ ଆକର୍ଷଣ ହେଉଛି ୨୫୦ଟି ବାଲିରେ ତିଆରି ହୋଇଥିବା କ୍ରିକେଟ୍ ବଲ, ଯାହାକୁ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜଟିଳ ଡିଜାଇନରେ ସଜାଇଛନ୍ତି। ଏହା ଶକ୍ତି, ଦଳଗତ ସହଯୋଗ ଓ ଜାତୀୟ ଏକତାର ପ୍ରତୀକ ଭାବେ ଦେଖାଯାଏ।

Leave a Reply

Your email address will not be published. Required fields are marked *