Sat. Apr 18th, 2026

ନ୍ୟୁଜ ଡେକ୍ସ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ସମଗ୍ର ଶିକ୍ଷା ପକ୍ଷରୁ ବାମନଘାଟି ଓ ପାଞ୍ଚପିଢ଼ ଅନ୍ତର୍ଗତ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ୱାର୍ଡନ,ଆକାଉଟାଣ୍ଟ ମାନଙ୍କୁ ନେଇ କୁସୁମୀ ବ୍ଲକ ଚିଙ୍ଗୁଡ଼ି ପୋଖରୀ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛିI

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା ଗିରିଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିIମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂ ଯୋଗ ଦେଇ ବିଦ୍ୟାଳୟର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଉତ୍ତମ ଶିକ୍ଷା ଦାନ ଉପରେ ପରାମର୍ଶ ଦେଇଥିଲେIମୁଖ୍ୟ ବକ୍ତାଭାବେ କୁସୁମୀ ବ୍ଲକ ବିଇଓ କପିଳେନ୍ଦ୍ର ଦାସ ଛାତ୍ର ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଧ୍ୟାନ ଦେବା ପାଇଁ କହିଥିଲେIଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସଂଯୋଜକ ସପନ କୁମାର ପୃଷ୍ଟି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବୃତ୍ତି ପାଇବାରୁ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ପ୍ରକାଶ କରିଥିଲେI ଜିଲ୍ଲା ବାଳିକା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଚଳିତ ବର୍ଷ ପାଇଁ ବିଭିନ୍ନ ଅର୍ଥ ରାଶି ଓ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ଉପରେ ଆଲୋକପାତ କରିଥିଲେI

ଶେଷରେ ବିଦ୍ୟାଳୟର ୱାର୍ଡେନ ଦୀପା ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ I ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଚିତାକର୍ଷକ ମୂରୁଜ ଅଙ୍କନ କରି ସମସ୍ତଙ୍କ ମନ ଜିଣିପାରିଥିଲେI ଏଥିରେ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ, ୱାର୍ଡେନ, ହିସାବ ନିରୀକ୍ଷକମାନେ ଉପସ୍ଥିତ ଥିଲେIଶେଷରେ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ନିଜ ହାତ ତିଆରିର ବିଭିନ୍ନ ସାମଗ୍ରୀ ପ୍ରଦାନ କରିଥିଲେ I

Leave a Reply

Your email address will not be published. Required fields are marked *