ନ୍ୟୁଜ ଡେକ୍ସ : ମକର ସଂକ୍ରାନ୍ତିର ପବିତ୍ର ଅବସରରେ କେନ୍ଦୁଝର ଜିଲ୍ଲା ପାଟଣା ରାଜନଗରରେ ଧାର୍ମିକ ଆସ୍ଥାର ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ପବିତ୍ର ବୁଡ଼ ପକାଇ ମକର ସଂକ୍ରାନ୍ତି ପାଳନ କରିଛନ୍ତି।
ପୂଜାର୍ଚ୍ଚନା ପରେ ପତ୍ନୀଙ୍କ ସହ ମୁଖ୍ୟମନ୍ତ୍ରୀ ନଦୀରେ ବୁଡ଼ ପକାଇ ରାଜ୍ୟର ସୁଖ, ସମୃଦ୍ଧି ଓ କଳ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ସେ ସମଗ୍ର ରାଜ୍ୟବାସୀଙ୍କୁ ମକର ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଓଡ଼ିଶାର ଏହି ପୁରାତନ ଓ ମହାନ ପରମ୍ପରା ସାମାଜିକ ଏକତା ଓ ସଂହତିକୁ ଆହୁରି ସୁଦୃଢ଼ କରୁ ବୋଲି ସେ କହିଛନ୍ତି। ମହାପ୍ରଭୁଙ୍କ କୃପାରୁ ରାଜ୍ୟର ପ୍ରଗତି ଧାରା ଅବ୍ୟାହତ ରହୁ ଏବଂ ପ୍ରତ୍ୟେକ ପରିବାରରେ ସୁଖ, ସାନ୍ତି ଓ ହସଖୁସି ଭରିଯାଉ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

