Mon. Apr 20th, 2026

ନ୍ୟୁଜ ଡେକ୍ସ : ବିବାହ ସମ୍ପର୍କୀୟ ନିଷ୍ପତ୍ତି ନେବାରେ ଝିଅର ମତାମତକୁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। କୌଣସି ଝିଅଙ୍କ ଅନୁମତି ବିନା ତାଙ୍କ ବିବାହ ସମ୍ପର୍କରେ ଅଭିଭାବକମାନେ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି କୋର୍ଟ ମତ ପ୍ରକାଶ କରିଛନ୍ତି।

ଝିଅ ନିଖୋଜ ଘଟଣା ସଂପର୍କରେ ଦାୟର ହୋଇଥିବା ଏକ ‘ହେବିୟସ କର୍ପସ’ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ, ବିବାହ ପାଇଁ ଅପ୍ରସ୍ତୁତ ଝିଅ ଉପରେ ମାନସିକ ଚାପ କିମ୍ବା ବଳପୂର୍ବକ ବିବାହ କରାଇବା ସମାଜ ପାଇଁ କେବେ ବି ଭଲ ନୁହେଁ।କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ପ୍ରାପ୍ତ ବୟସ୍କ ଝିଅଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ସମସ୍ତଙ୍କର କର୍ତ୍ତବ୍ୟ। ଅଭିଭାବକମାନେ ନିଜ ଇଚ୍ଛା ପିଲାମାନଙ୍କ ଉପରେ ଲାଦି ଦେବା ମନୋଭାବ ତ୍ୟାଗ କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

ମାମଲାର ନିର୍ଣ୍ଣୟ କରି ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସମ୍ପୃକ୍ତ ଝିଅ ଯେପରି ସୁରକ୍ଷିତ ଭାବେ ନିଜ ଇଚ୍ଛାନୁସାରେ ରହିପାରିବେ ଏବଂ ତାଙ୍କ ଜୀବନରେ ଅଭିଭାବକ କିମ୍ବା ସ୍ୱାମୀଙ୍କ କୌଣସି ଅନାବଶ୍ୟକ ହସ୍ତକ୍ଷେପ ନ ହେବ, ସେଥିପାଇଁ ପ୍ରଶାସନ ସତର୍କ ରହିବାକୁ କହାଯାଇଛି। କୌଣସି ଅଭିଯୋଗ ଆସିଲେ ତୁରନ୍ତ କଠୋର ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *