ନ୍ୟୁଜ ଡେକ୍ସ : ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ସାମାନ୍ୟ ହ୍ରାସ ପାଇଛି ତାପମାତ୍ରା। ରାଜଧାନୀ ସହିତ ରାଜ୍ୟର ଅନେକ ସ୍ଥାନରେ ମଧ୍ୟାହ୍ନରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ପରେ ଅପରାହ୍ଣ ସମୟରେ ଭୀଷଣ ବର୍ଷା ହୋଇଛି।ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ।
ବିଭିନ୍ନ ଜିଲ୍ଲା ପାଇଁ ବର୍ଷା ଓ ଝଡ଼ବାତ୍ୟା ସମ୍ଭାବନା ନେଇ ଅରେଞ୍ଜ ଓ ହଳଦିଆ ସତର୍କତା ଜାରି କରାଯାଇଛି।ତଥାପି ଏହି କାଳବୈଶାଖୀ ସତ୍ତ୍ୱେ ଆସନ୍ତା କିଛି ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଗାମୀ ୩ ଦିନରେ ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ସୂଚନା ମିଳିଛି।
ଅନ୍ୟପଟେ ଆସନ୍ତା ୬ରୁ ୮ ଦିନ ମଧ୍ୟରେ ଓଡ଼ିଶାକୁ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି। ପାଣିପାଗ ପରିସ୍ଥିତି ଅନୁକୂଳ ଥିବାରୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ରାଜ୍ୟର କିଛି ଅଞ୍ଚଳକୁ ଅଗ୍ରସର ହୋଇପାରେ। ଅର୍ଥାତ ଜୁନ ୧୦ରୁ ୧୨ ମଧ୍ୟରେ ମୌସୁମୀ ଓଡ଼ିଶାକୁ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

