ନ୍ୟୁଜ ଡେକ୍ସ: ହୋଲିରେ କଟକ ଶ୍ରୀକୃଷ୍ଣ ବିହାର ଅଞ୍ଚଳରେ ଯୁବକଙ୍କୁ ଗୁଳି କରି ହତ୍ୟା ଘଟଣା । କ୍ୟାରମ୍ ଖେଳକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି । କ୍ୟାରମ୍ ଖେଳକୁ ନେଇ ପାଟିତୁଣ୍ଡ ପରେ ଅତି ନିକଟରୁ ଯୁବକଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ବିକାଶ ପେଶାରେ ଜଣେ ମୋଟର ପାର୍ଟସ୍ ବ୍ୟବସାୟୀ ଥିବା ବେଳେ ଶନିବାର ସାଙ୍ଗମାନଙ୍କ ସହ ଭୋଜି ଖାଇବା ପାଇଁ ଶ୍ରୀକୃଷ୍ଣ ବିହାର ଯାଇଥିଲେ ।
ହେଲେ ସେଠାରେ ସାଙ୍ଗ ମାନଙ୍କ ମଧ୍ୟରେ ଗଣ୍ଡଗୋଳ କାରଣରୁ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରକାଶ ବିକାଶଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହାପରେ ବୟାଳିଶ ମୌଜା ଥାନା ପୋଲିସ, କଟକ ଡିସିପି ଓ ଅନ୍ୟ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ । ଏହି ସମୟରେ ସେଠାରେ ହତ୍ୟା ଅଭିଯୁକ୍ତ ପ୍ରକାଶକୁ ଉଠାଇ ନେଇଥିଲା ପୋଲିସ । କଟକ ଏସସିବିରେ ମୃତକ ବିକାଶଙ୍କ ଶରୀର ବ୍ୟବଚ୍ଛେଦ କରାଯାଇଛି । ପରିବାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବିକାଶ ବିବାହିତ ଥିଲେ ତାଙ୍କର ୪ ବର୍ଷର ପୁଅ ଅଛି ।
ଏହାସହ ଜଣେ ବ୍ୟବସାୟୀ ଥିଲେ ଏଥିପାଇଁ ଯୋଜନା ବଦ୍ଧ ଭାବେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହାସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ପ୍ରକାଶ ସୂତାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ୍ ପୋଲିସ । କ୍ୟାରମ ଖେଳ ସମୟରେ ହୋଇଥିବା ଗଣ୍ଡଗୋଳ ଯୋଗୁ ଉତକ୍ଷିପ୍ତ ହୋଇ ବିକାଶଙ୍କ ମୁଣ୍ଡକୁ ପ୍ରକାଶ ଗୁଳି କରିଥିବା କଥା କହିଛି ପୋଲିସ ।

