Mon. Dec 23rd, 2024

ନ୍ୟୁଜ ଡେସ୍କ: ଖୋଲୁଛି ଭଣ୍ଡ ବାବାଙ୍କ କଳା କାରନାମାର ପେଡି। ଲିକ୍ ହେଉଛି ରଙ୍ଗିଲା ବାବାଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ କ୍ଲିପ୍। ଢେଙ୍କାନାଳ ଜିଲ୍ଲା ଭାପୁର ପୁଲିସ ଫାଣ୍ଡି ଅଞ୍ଚଳରୁ ଜଣେ ଯୁବତୀଙ୍କୁ ଅପହରଣ କରି ଗିରଫ ହୋଇଥିବା ପାଖଣ୍ଡି ବାବା କୈବଲ୍ୟ ଯାନୀ ଏବେ ଚର୍ଚ୍ଚାରେ। ବାବାଙ୍କର ରହିଛି ୨ଟି ଆଧାର କାର୍ଡ। ହେଲେ ବାବାଙ୍କ କାଣ୍ଡକାର୍ଣ୍ଣାମା ଶୁଣିଲେ ଆପଣ ବି ତାଜୁବ୍ ହୋଇଯିବେ ।

ବାବାଙ୍କର ଆପତ୍ତିଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ଉପରୁ ପୂରା ଯୋଗୀ ହେଲେ ଭିତରୁ ଯୁବତୀ ଭୋଗୀ ରଙ୍ଗିଲା ବାବା । ତେବେ ଏହି ରଙ୍ଗିଲା ବାବା ନାମରେ ପରିଚିତ ବ୍ୟକ୍ତି ଜଣଙ୍କ ହେଉଛନ୍ତି କୈବଲ୍ୟ ଜାନି । ଜଣେ ଯୁବତୀଙ୍କୁ ଅପହରଣ କରିବା ଅଭିଯୋଗରେ ଏହି ଭଣ୍ଡବାବାଙ୍କୁ ଗିରଫ କରିଛି ପୋଲିସ୍ । ଏବେ ବାବାଙ୍କର ଗୋଟେ ପରେ ଗୋଟେ କଳା ଗୁମର ଫିଟିବାରେ ଲାଗିଛି । ତେବେ ଗତ ୭ ତାରିଖରେ ଜଣେ ଯୁବତୀଙ୍କ ବାପା ତାଙ୍କ ଝିଅକୁ ଭଣ୍ଡବାପା କୈବଲ୍ୟ ଜାନି ଅପହରଣ କରିନେଇଥିବା ଅଭିଯୋଗ କରିବା ପରେ ତିଗିରିଆ ଅଞ୍ଚଳରେ ଥିବା ବାବାଙ୍କ ଆଶ୍ରମରେ ଢେଙ୍କାନାଳ ଏବଂ ତିଗିରିଆ ପୋଲିସ ମିଳିତ ଚଢ଼ାଉ କରି ବାବାଙ୍କୁ ବାନ୍ଧିଥିଲେ ।

ଚଢ଼ାଉ ସମୟରେ ବାବାଙ୍କ କାରରୁ ଆପତ୍ତିଜନକ ଅନେକ ଫଟୋ ବି ମିଳିଥିଲା, ଯାହା ଅତ୍ୟନ୍ତ ଅଶ୍ଳୀଳ ଥିଲା । ଯୁବତୀଙ୍କ ସହିତ ବାବାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପୁଲିସ ହାତରେ ଲାଗିଥିଲା । ଏବେ ବାବାଙ୍କର କିଛି ଭିଡିଓ ସୋସିଆଲ ମିଡିଆାରେ ମଧ୍ୟ ଘୂରିବୁଲୁଛି । ଯେଉଁଥିରେ ବାବା ପୂରା ମତୁଓ୍ବାଲା ହୋଇ ନାଚୁଛନ୍ତି ।

Leave a Reply

Your email address will not be published. Required fields are marked *