Thu. Apr 16th, 2026

ନ୍ୟୁଜ ଡେକ୍ସ : ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ପୁଣିଥରେ ଜେଲରେ ଅସୁସ୍ଥ ହୋଇପଡ଼ିଛନ୍ତି। ପେଟ ଓ ଛାତିରେ ତୀବ୍ର ଯନ୍ତ୍ରଣା ହେବାରୁ ତାଙ୍କୁ ବ୍ରହ୍ମପୁର ସର୍କଲ ଜେଲରୁ କଡ଼ା ସୁରକ୍ଷା ବଳୟରେ ଆଣି ଏମକେସିଜି ମେଡିକାଲ କଲେଜର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି। ଜେଲ ପକ୍ଷରୁ ସୂଚନା ମିଳିବା ପରେ ପୋଲିସ ତାଙ୍କୁ ତୁରନ୍ତ ମେଡିକାଲକୁ ଆଣିଥିଲା।

ଡାକ୍ତରମାନଙ୍କ ମତାନୁସାରେ ବିକ୍ରମଙ୍କୁ ଗଲ୍ ବ୍ଲାଡର୍ ଷ୍ଟୋନ ସମସ୍ୟା ରହିଥିବାରୁ ସର୍ଜରୀ ଆବଶ୍ୟକ ହୋଇପାରେ ଏବଂ ଘରୋଇ ଡାକ୍ତରଖାନାକୁ ରେଫର କରାଯାଇପାରେ। ମଙ୍ଗଳବାର ତାଙ୍କ ଉନ୍ନତ ଚିକିତ୍ସା ପାଇଁ ପିଟିସନ ଦାଖଲ ହୋଇଥିବା ବେଳେ, ଆଜି ସର୍ଜରୀ ପାଇଁ ସହମତି ପତ୍ର ଦିଆଯିବାକୁ ଥିଲା।

ଉଲ୍ଲେଖଯୋଗ୍ୟ ଯେ, ପୀତବାସ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତ ବିକ୍ରମ ପଣ୍ଡା ପୂର୍ବରୁ କିଛି ଦିନ ଧରି ଏମକେସିଜିରେ ଚିକିତ୍ସାଧୀନ ଥିଲେ। ସର୍ଜରୀ ପାଇଁ ସମସ୍ତ ପ୍ରସ୍ତୁତି ଥିବା ସତ୍ତ୍ୱେ ହଠାତ୍ ଏମକେସିଜି କର୍ତ୍ତୃପକ୍ଷ ତାଙ୍କୁ ଡିସଚାର୍ଜ କରି ଜେଲକୁ ପଠାଇଦେଇଥିଲେ। ଏହାକୁ ନେଇ କୋର୍ଟରେ ବିକ୍ରମଙ୍କ ଓକିଲ ପିଟିସନ ଦାଖଲ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *