ନ୍ୟୁଜ ଡେକ୍ସ: ଗଞ୍ଜାମ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ ନିଲମ୍ବିତ । ଜଟଣୀ ସବ୍ ରେଜିଷ୍ଟର ଥିବା ବେଳେ ଦୁର୍ନୀତି ପାଇଁ ନିଲମ୍ବିତ ହୋଇଛନ୍ତି । ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ନିଲମ୍ବନ କଲେ ରାଜସ୍ବ ମନ୍ତ୍ରୀ ।
ସବ୍ ରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ୍ ଭିଜିଟ୍ କରି କରିଥିଲେ ଜମି ରେଜିଷ୍ଟ୍ରେସନ । ସେ ସଵ ରେଜିଷ୍ଟର ଥିବା ବେଳେ ବେଆଇନ ଭାବେ ହୋମ ଭିଜିଟ କରି କରିଥିଲେ ଜମି ରେଜିଷ୍ଟ୍ରେସନ। ମାର୍ଚ୍ଚ ୨୦୨୩ରୁ ମେ ୨୦୨୫ ଭିତରେ ଜଟଣୀ ସବରେଜିଷ୍ଟର ଥିବା ବେଳେ ୩୨୨ ଥର Home visit କରି ରେଜିଷ୍ଟ୍ରେସନ କରିଥିଲେ।
ଏମିତିକି ବିନା ଅନୁମତିରେ ମଧ୍ୟ ଜିଲ୍ଲା ବାହାରକୁ ଯାଇ ରେଜିଷ୍ଟ୍ରେସନ କରିଥିଲେ ଆସିଷ୍ଟାଣ୍ଟ କଲେକ୍ଟର ବିଞ୍ଜେଶ ରଞ୍ଜନ ନାୟକ। ଏଭଳି ଅଭିଯୋଗ ହେବା ପରେ ରାଜସ୍ୱ ବିଭାଗ ତାଙ୍କୁ ନିଲମ୍ବନ କରିଛି।
