Thu. Apr 16th, 2026

ନ୍ୟୁଜ ଡେକ୍ସ: ମୃତ୍ତିକା ସଂରକ୍ଷଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଦୟାନିଥି ବାଗ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଯୁଗ୍ମ ନିର୍ଦ୍ଦେଶରକଙ୍କର 2ଟି ଫାର୍ମହାଉସ୍ ସମେତ 84 ଏକର ଜମି ମିଳିଥିଲା । 58 ଲକ୍ଷର ବ୍ୟାଙ୍କ ଜମା ଏବଂ 312 ଗ୍ରାମର ସୁନାଗହଣା ଠାବ ହୋଇଥିଲା । ଭୁବନଶ୍ବରରେ ଗୋଠପାଟଣାରେ 3-BHK ସହ 2ଟି ବିଲ୍ଡିଂ ମଧ୍ୟ ମିଳିଥିଲା ।

ତେବେ ସୂଚନା ମୁତାବକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୟାନିଧି ବାଗ୍‌ଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ତାଙ୍କୁ ଆଜି ଗିରଫ କରାଯାଇଛି। ଆଜି ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହାଜର କରାଯିବ।ବର୍ତ୍ତମାନ ସେ ଓଡିଶାର ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ତେବେ ଗତକାଲି ଦୟାନିଧିଙ୍କର ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢାଉ କରାଯାଇଥିଲା।

ଭୁବନେଶ୍ବର, କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିଲା। ଦୟାନିଧି ବାଗ୍‌ଙ୍କ ଘରେ ଚଢାଉ ବେଳେ ୨ଟି କୋଠା, ଗୋଟିଏ ଥ୍ରୀ ବିଏଚ୍‌କେ ଫ୍ଲାଟ୍, ନବରଙ୍ଗପୁରର ବିଜରାଗୁଡ଼ାରେ ପ୍ରାୟ ୧ କୋଟି ଟଙ୍କା ନିବେଶ ସହିତ ଡ୍ରିପ୍ ଇରିଗେସନ ସୁବିଧା ସହିତ ୪୦ ଏକର ଜମିରେ ଗୋଟିଏ ଫାର୍ମ ହାଉସ, ନବରଙ୍ଗପୁର ଫଟାକୋଟରେ ପ୍ରାୟ ୩୪ ଲକ୍ଷ ଟଙ୍କା ନିବେଶରେ ଡ୍ରିପ୍ ଜଳସେଚନ ସୁବିଧା ଥିବା ୬ ଏକର ଜମିରେ ଆଉ ଏକ ଫାର୍ମ ହାଉସ, ୩୧୨ ଗ୍ରାମ୍ ସୁନା, ୫୮ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ଏକ ଦାମୀ କାର୍ ଠାବ ହୋଇଥିଲା।

Leave a Reply

Your email address will not be published. Required fields are marked *