Mon. Dec 23rd, 2024

ନ୍ୟୁଜ ଡେକ୍ସ: ପ୍ରେମିକା ପାଇଁ ରାତି ଅଧରେ ଗୁଳି କରି ସ୍ତ୍ରୀଙ୍କୁ ମାରିଦେଲେ। ଧରା ପଡ଼ିଯିବା ଭୟରେ ପିସ୍ତଲକୁ ଭାତ ହାଣ୍ଡିରେ ଲୁଚାଇ ରଖିଥିଲେ। ଆଉ ଗାଁ ଲୋକ ଓ ପୁଲିସ୍‌ ଆଗରେ କହିଥିଲେ ଆଈମାଆ କାହାଣୀ। ଗତ ବୁଧବାର ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ଏହି ବୀଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ୍‌। ଏହି ମାମଲାରେ ହତ୍ୟାକାରୀ ସ୍ୱାମୀ ଓ ପୁଲିସ୍‌ ଏଏସ୍‌ଆଇ ଭିଣୋଇଙ୍କୁ ଗିରଫ କରିଛି ପୁଲିସ୍‌।

ପୁଲିସ୍ ଶଳା ଓ ଭିଣୋଇଙ୍କୁ ଗିରଫ କରିବା ସହ ଘର ଭିତରେ ଭାତହାଣ୍ଡିରେ ଲୁଚାଇ ରଖାଯାଇଥିବା ବନ୍ଧୁକକୁ ଜବତ କରିଛି । ଦେବେନର ଅନ୍ୟ ଏକ ଯୁବତୀଙ୍କ ସହ ସମ୍ପର୍କ ଥିବା ସ୍ତ୍ରୀ ଜାଣିବା ପରେ ସବୁ ବେଳେ ଉଭୟଙ୍କ ମଧ୍ୟରେ ଲାଗୁଥିଲା ଝଗଡ଼ା । ବୁଧବାର ବିଳମ୍ବତ ରାତିରେ ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିଥିଲା ଦେବେନ । ହେଲେ ହତ୍ୟା ପରେ ମିଛ ନାଟକ କରୁଥିଲା । ଲୁଟ୍ ପାଇଁ ଆସିଥିବା ଦୁର୍ବୃତ୍ତମାନେ ତାଙ୍କ ସ୍ତ୍ରୀକୁ ହତ୍ୟା କରିଥିବା ପୁଲିସ୍କୁ ଅଭିଯୋଗ କରିଥିଲା । ରାଉରକେଲା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଓ ଏସ୍ପି ନିତେଶ ୱାଧୱାନୀ ସୂଚନା ଦେଇଥିଲେ ଯେ, ଝିର୍ଡାପାଲି ଗ୍ରାମରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଖବର ପାଇବା ପରେ ଟିକାୟତପାଲି ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା । କିଏ ଓ କଣ ପାଇଁ ହତ୍ୟା କଲା ତାର ତଦନ୍ତ ଆରମ୍ଭ କରିଥିଲା ।

ଗୋଟିଏ ପୁଲିସ ଟିମ୍ ଘଟଣା ସ୍ଥଳରେ ଛାନ୍ଭିନ୍ ଆରମ୍ଭ କରିଥିବା ବେଳେ ଅନ୍ୟ ଟିମ୍ ମୃତ ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟମାନଙ୍କୁ ପଚରାଉଚରା ଚଳାଇଥିଲା । ଦେବେନ ପୁଲିସ୍କୁ କହିଥିଲା ବିଳମ୍ବିତ ରାତିରେ ତାଙ୍କ ଘରକୁ ଚୋରି କରିବାକୁ ଆସିଥିବା ଲୁଟେରାମାନେ ତାଙ୍କ ସ୍ତ୍ରୀକୁ ଗୁଳି କରି ପଳାଇ ଯାଇଥିଲେ । ସେ କେମିତି ଏକଥା ଜାଣି ପାରିଲେ ନାହିଁ ବୋଲି ପୁଲିସ୍ ପଚାରିବାରୁ ଦେବେନ ଏପଟସେପଟ କଥା କହିଥିଲା । ଦେବେନ ଉପରେ ପୁଲିସ୍ର ସନ୍ଦେହ ହୋଇଥିଲା ଓ ଅଧିକ ଜେରା ପରେ ସେ ସବୁ କଥା ମାନିଥିଲା । ଗତ ବୁଧବାର ରାତିରେ ପୂରା ପରିବାର ଖାଇପିଇ ଶୋଇ ପଡ଼ିଲା। ହେଲେ ଦେବେନ ଶୋଇବାକୁ ଯାଇନଥିଲେ। ବିଳମ୍ୱିତ ରାତି ପର୍ଯ୍ୟନ୍ତ ଘର ଆଗରେ ଟହଲ ମାରୁଥିଲେ। ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି ୭ ମାସର ଗର୍ଭବତୀ ଥିବା ପତ୍ନୀ ସୌମ୍ୟାମୟୀ ବିଚଳିତ ହୋଇପଡ଼ିଥିଲେ। ସେ ତାଙ୍କୁ ଘରେ ଶୋଇବା ପାଇଁ ଡାକିଥିଲେ। ହେଲେ ଦେବେନ ଯିବା ପାଇଁ ମନା କରିଥିଲେ। କବାଟ ଦେଇ ଶୋଇ ପଡ଼ିବା ପାଇଁ ସୌମ୍ୟାମୟୀଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ସୌମ୍ୟାମୟୀ କବାଟ ବନ୍ଦ କରି ଶୋଇ ପଡ଼ିଥିଲେ।ରାତି ପ୍ରାୟ ସାଢ଼େ ୧୨ଟା ହେବ। କବାଟ ଠକ୍‌ ଠକ୍‌ କରିଥିଲେ ଦେବେନ। ଆଉ କବାଟ ଖୋଲିଥିଲେ ସୌମ୍ୟାମୟୀ। ଦେବେନ ଅତି ନିକଟରୁ ସୌମ୍ୟାମୟୀଙ୍କ ଛାତିକୁ ଗୁଳି ମାରିଥିଲେ।

ସେଇଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟାମୟୀଙ୍କୁ ଗୁଳି କରି ହତ୍ୟା କରିବା ପରେ ପୁଲିସ୍‌ ଏଏସ୍‌ଆଇ ଭିଣୋଇ ସତ୍ୟନାରାଣ ବେହେରାଙ୍କୁ ଫୋନ୍‌ କରି ଡାକିଥିଲେ ଦେବେନ। ସତ୍ୟନାରାୟଣ ଓ ପରିବାର ଲୋକ ମରିଥିବା ସତ୍ତ୍ୱେ ସୌମ୍ୟାମୟୀଙ୍କୁ ଧରି ମେଡ଼ିକାଲ୍‌ ଯାଇଥିଲେ। ଏହା ପରେ ଦେବେନ ଲେଖିଥିଲେ ନୂଆ ସ୍କ୍ରିପ୍ଟ। ପିସ୍ତଲ ଓ ଗୁଳିକୁ ଘର ଭିତରେ ଥିବା ଭାତ ହାଣ୍ଡିରେ ଲୁଚାଇ ଦେଇଥିଲେ। ଡକାୟତମାନେ ସୌମ୍ୟାମୟୀଙ୍କୁ ଗୁଳି କରିଥିବା ଗାଁ ଲୋକ ଓ ପୁଲିସ୍‌କୁ କହିଥିଲେ।

Leave a Reply

Your email address will not be published. Required fields are marked *