Mon. Dec 23rd, 2024

ନ୍ୟୁଜ ଡେସ୍କ: ଆସୁଛି ଶୀତ ୠତୁ। ବଦଳୁଥିବା ଋତୁ ଅନୁସାରେ ପ୍ରାୟତଃ ଲୋକଙ୍କର ସ୍ଵାସ୍ଥ ଅବସ୍ଥାରେ ମଧ୍ୟ ପରିବର୍ତ୍ତନ ଆସିଥାଏ ।ଆଉ ଶୀତ ୠତୁର ଅତ୍ୟଧିକ ଥଣ୍ଡା ପଡୁଥିବାରୁ ଲୋକମାନଙ୍କୁ ଥଣ୍ଡା, ଜ୍ଵର ଓ କାଶ ଆଦି ଭଳି ସମସ୍ୟାରେ ପୀଡ଼ିତା ହେବା ପାଇଁ ପଡିଥାଏ । ଏହି ଥଣ୍ଡା ଓ କାଶରୁ ମୁକ୍ତି ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ମେଡ଼ିସିନର ସେବନ କରିଥାନ୍ତି ।

ମେଡ଼ିସିନର ସେବନ କରିବା ଅପେକ୍ଷା ଆପଣ ଘରୋଇ ଉପାୟରେ ଆଜି ୩ ଟି ରେମିଡି ଜାଣିବାକୁ ପାଇବେ । ଯାହା ଆପଣଙ୍କ ସର୍ଦ୍ଧୀ ଉପରେ ବହୁତ ଶୀଘ୍ର ଭଲ ପ୍ରଭାବ ପକାଇବ । ପ୍ରଥମେ ଏକ କାଢା ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ୩ ଗ୍ଲାସ ପାଣି ଗରମ କରନ୍ତୁ । ଏହି କାଢା ପାଇଁ ଆପଣଙ୍କୁ ଗୋଲମରୀଚ, ଜୀରା, ଅଦା ଓ ଲେମ୍ବୁର ଆବଶ୍ୟକତା ପଡିବ । ଆପଣ ଏକ ଜାଗାରେ ଅଧା ଚାମଚ ଗୋଲମରୀଚ, ଅଧା ଚାମଚ ଜୀରା, ଓ ଏକ ଇଞ୍ଚ ସାଇଜ୍ ର ଛୋଟ ଅଦାକୁ ଧୋଇ କାଟି ଟିକିଟିକି କରି ସେହି ଜାଗାରେ ରଖନ୍ତୁ । ତାପରେ ସେହି ୩ ଟି ଉପାଦାନକୁ ଛେଚି ଦିଅନ୍ତୁ ।ଫୁଟୁଥିବା ଗରମ ପାଣିରେ ଏହି ଦର ଛେଚା ୩ ଟି ଉପାଦାନ ମିଶ୍ରଣକୁ ପକାଇ ଦିଅନ୍ତୁ । ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାଇବା ପାଇଁ ଛାଡି ଦିଅନ୍ତୁ ।

ଯେପରି ସମସ୍ତ ପୋଷକ ତତ୍ଵ ଏହି ପାଣି ମଧ୍ୟ ଚାଲି ଆସିବ । ୩ ଗ୍ଲାସ ପାଣି ଫୁଟି ଫୁଟି ଯେପରି ୨ ଗ୍ଲାସ ପାଣି ହୋଇଯିବ । ତେବେ ତାହାକୁ ଆଣି ଘୋଡାଇ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦିଅନ୍ତୁ । ପାଣି ଥଣ୍ଡା ହୋଇସାରିଲା ପରେ ସେହି ପାଣିକୁ ଛାଣି ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ତାପରେ ସେହି ପାଣିରେ ଆପଣ ଅଧା ଖଣ୍ଡ ଲେମ୍ବୁର ପ୍ରୟୋଗ କରନ୍ତୁ । ଲେମ୍ବୁରେ ଭିଟାମିନ- c ଥାଏ । ଯାହା ଆପଣଙ୍କ ଥଣ୍ଡା, କାଶ ଓ କଫ ପାଇଁ ବହୁତ ଭଲ ତତ୍ଵ ଅଟେ ।

ତାପରେ ଆପଣଙ୍କ କାଢା ବନି ପ୍ରସ୍ତୁତ ହୋଇଗଲା । ଏହି କାଢାକୁ ଦିନକୁ ଦୁଇଥର ସେବନ କରନ୍ତୁ ।ଖାଇବାର ଅଧ ଘଣ୍ଟା ପୂର୍ବରୁ କିମ୍ବା ଖାଇବାର ଅଧ ଘଣ୍ଟା ପରେ ଏହାକୁ ସେବନ କରିପାରିବେ । ଏହାର ଏକ ଦିନ ସେବନ ଦ୍ଵାରା ଥଣ୍ଡା, କାଶ, କଫ ଭଳି ସମୟାରୁ ବହୁତ ଶୀଘ୍ର ଆରାମ ପାଇପାରିବେ । ଦିତୀୟରେ ଆପଣ ଏକ ଘରୋଇ କଫ ସିରପ ପ୍ରସ୍ତୁତ କରନ୍ତୁ ।

Leave a Reply

Your email address will not be published. Required fields are marked *