Fri. Apr 17th, 2026

ନ୍ୟୁଜ ଡେକ୍ସ: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ହେବାକୁ ଥିବା ଧାଡି ଦର୍ଶନ ବ୍ୟବସ୍ଥାକୁ ସ୍ଥଗିତ ରଖାଯାଇଛି । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ମନ୍ତ୍ରୀ କହିଛନ୍ତି ଯେ, ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁଆରୀ ୨୦ ଯାଏଁ ଭିଡ ରହିବ । ଏହି ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ରହିବ । ଯାହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗଙ୍ଗା ସ୍ନାନ ପଡୁଥିବାରୁ ଜାନୁୟାରୀ ୨୦ ଯାଏ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ ରହିବ।

ସେଥିପାଇଁ ଜାନୁୟାରୀ ପହିଲାରୁ ଆରମ୍ଭ ହେବାକୁ ଥିବା ଧାଡି ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇଛି। ଜାନୁୟାରୀ ୨୦ ରୁ ୨୨ ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପୂର୍ଣ୍ଣାଙ୍ଗ ଭାବେ ଲାଗୁ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *