Fri. Apr 17th, 2026

ନ୍ୟୁଜ ଡେକ୍ସ: ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଆୟୋଜିତ । ଓଡିଶା ଜୀବିକା ମିଶନ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଦୁଇ ହଜାରରୁ ଉର୍ଦ୍ଧ ବିଭିନ୍ନ ଏସଏଚଜି ମହିଳା, ଏମବିକେ, ସିଆରପି ଆଦି ଯୋଗ ଦେଇଛନ୍ତି ।

କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି କର୍ମଶାଳାରେ ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌, ସମ୍ଭାବ୍ୟ ଲକ୍ଷ୍ୟପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହିବେ। କମ୍ୟୁନିଟି ସପୋର୍ଟ ମାନେ ତୃଣମୂଳ ସ୍ତରରେ କେଉଁଭଳି ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦେବେ ସେ ନେଇ କର୍ମଶାଳାରେ ଆଲୋଚନା କରାଯିବ।

ଏହି କର୍ମଶାଳାରୁ ପ୍ରଶିକ୍ଷଣ ପାଇ ଯାଇଥିବା କର୍ମୀମାନେ ନିଜ ନିଜ ଅଞ୍ଚଳରେ ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବେ। ଏଥି ସହିତ ସେମାନେ କିପରି ରୋଜଗାର କ୍ଷମ ହୋଇ ଲକ୍ଷପତି ହୋଇପାରିବେ ସେ ବାବଦରେ ପ୍ରଚେଷ୍ଠା କରିବେ ।

Leave a Reply

Your email address will not be published. Required fields are marked *