Mon. Dec 23rd, 2024

ନ୍ୟୁଜ ଡେକ୍ସ: ଦୁଷ୍କର୍ମ ମାମଲାର ପ୍ରତିଶୋଧ ନେଲା ଜେଲ ଫେରନ୍ତା ହତାଶ ପ୍ରେମିକ । ଜେଲରୁ ଫେରି ପ୍ରେମିକାକୁ ଖଣ୍ଡ ଖଣ୍ଡ କରି କାଟି ଅତ୍ୟନ୍ତ ନୃଶଂସ ଭାବେ ହତ୍ଯା କଲା ଦୁର୍ଦ୍ଦଶ ପ୍ରେମିକ । ଝାରସୁଗୁଡ଼ାରୁ ପ୍ରେମିକାକୁ ଅପହରଣ କରି ରାଉରକେଲାରେ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିବା ପରେ ତାର ଖଣ୍ଡବିଖଣ୍ଡିତ ଶରୀରକୁ ପୋଖରୀ ଓ ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦେଇଥିଲା ହତ୍ଯାକାରୀ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡାରେ ।

କେବଳ ସେତିକି ନୁହେଁ ଝାରସୁଗୁଡ଼ାରେ କିଡନାପ୍ କରି ରାଉରକେଲାରେ ମର୍ଡର କରିଛି ପିଶାଚ ପ୍ରେମିକ । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫିଙ୍ଗିଦେଲା ଅଭିଯୁକ୍ତ । ସୂଚନା ଅନୁସାରେ, ନାବାଳିକାଙ୍କୁ ହତ୍ୟା ପରେ ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ଫିଙ୍ଗିଦେଇଥିବା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ୍ ଚାଲିଥିଲା । ଝାରସୁଗୁଡ଼ାରେ ନାବାଳିକା ଦୁଷ୍କର୍ମ ମାମଲାରେ ଗତ ୨୭ ଅଗଷ୍ଟରେ ଜେଲ୍ ଯାଇଥିଲେ ଧରୁଆଡିହିର କୁନୁ କିଷାନ। ତେବେ ଡିସେମ୍ବର ୪ରେ ବେଲରେ ଆସିବା ପରେ ନାବାଳିକାଙ୍କୁ ଝାରସୁଗୁଡା ସ୍ଥିତ ତାଙ୍କ ଘରୁ ଉଠାଇ ନେଇ ହତ୍ୟା କରିଛି ଅଭିଯୁକ୍ତ । ହତ୍ୟା ପରେ ଅଭିଯୁକ୍ତ ଜଣକ ଧରାପଡ଼ିବା ଭୟରେ ବ୍ରାହ୍ମଣୀ ନଦୀରେ ମୃତଦେହ ଫିଙ୍ଗିଥିବା ପୋଲିସ ଆଗରେ ସ୍ବୀକାର କରିବା ପରେ ନଦୀରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଏଥି ସହ ମୃତକ ନାବାଳିକାଙ୍କ କଟା ହାତଗୋଡ଼ ହନୁମାନ ବାଟିକା ନିକଟ ଜଙ୍ଗଲରୁ ଉଦ୍ଧାର କରିଛି ପୋଲିସ ।

ସେହିପରି ଅନେକ ଖୋଜାଖୋଜି ପରେ ଶେଷରେ ନଦୀରୁ ମୃତ ନାବାଳିକାର ମୁଣ୍ଡ ମିଳିଛି ।ପରେ ଅଭିଯୁକ୍ତ ମୁନୁକୁ ଘଟଣା ସ୍ଥଳକୁ ନେଇ ଚିହ୍ନଟ କରିବା ସହ ପରିବାର ଲୋକ ମୁଣ୍ଡ ବିହିନ ଶରୀରକୁ ଚିହ୍ନଟ କରିଥିଲେ। ପରେ ତରକେରା ସ୍ଥିତ ଏକ ପୋଖରୀରୁ କଟା ମୁଣ୍ଡ ହାତ ଓ ଗୋଡ଼କୁ ଅଖା ଭିତରେ ବନ୍ଧା ଅବସ୍ଥାରେ ଉଦ୍ଧାର କରାଯାଇ ଥିଲା। ଏହାପରେ ଜବତ ଶବକୁ ସୁନ୍ଦରଗଡ ଶବ ବ୍ୟବଛେଦ ପାଇଁ ପଠାଇ ଦିଆଯାଇ ଥିଲା। ତେବେ ଏହି ହତ୍ୟାକାଣ୍ଡରେ ଆଉ କେହି ଜଡ଼ିତ ଅଛନ୍ତି କି ନାହିଁ । ଝାରସୁଗୁଡ଼ାରୁ କେମିତି ରାଉରକେଲାକୁ ଅଣାଯାଇ ଥିଲା। ଏ ସମସ୍ତ ଘଟଣା ଉପରେ ପୁଲିସ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *