Sat. Feb 21st, 2026

ନ୍ୟୁଜ ଡେକ୍ସ :ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜିତ ହେବାକୁ ଥିବା ଆଗାମୀ ଟି-୨୦ ବିଶ୍ୱକପ୍‌ର ଚୂଡ଼ାନ୍ତ କ୍ରୀଡ଼ା ସୂଚୀ ଘୋଷଣା ହୋଇଛି। ଆସନ୍ତା ଫେବ୍ରୁଆରୀ ୭ ତାରିଖରୁ ଏହି ମହାଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଉଦଘାଟନୀ ମ୍ୟାଚ୍‌ରେ ପାକିସ୍ତାନ ଓ ନେଦରଲାଣ୍ଡସ ମୁକାବିଲା କରିବେ।ସମଗ୍ର ବିଶ୍ୱର କ୍ରିକେଟ୍ ପ୍ରେମୀଙ୍କ ଅପେକ୍ଷିତ ଭାରତ–ପାକିସ୍ତାନ ମହାମୁକାବିଲା ଫେବ୍ରୁଆରୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଅନୁଷ୍ଠିତ ହେବ।

ଟୁର୍ଣ୍ଣାମେଣ୍ଟ ପାଇଁ ଦୁଇଟି ସେମିଫାଇନାଲ୍ ସ୍ଥଳ ମଧ୍ୟ ଘୋଷଣା କରାଯାଇଛି। ପ୍ରଥମ ସେମିଫାଇନାଲ୍ ଭାରତରେ ଏବଂ ଦ୍ୱିତୀୟ ସେମିଫାଇନାଲ୍ କଲମ୍ବୋରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହେବ। ଏହି ବିଶ୍ୱକପ୍‌ରେ ମୋଟ ୨୦ଟି ଦଳ ଭାଗ ନେବେ। ଟୁର୍ଣ୍ଣାମେଣ୍ଟକୁ ୫ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି, ପ୍ରତ୍ୟେକ ଗ୍ରୁପ୍‌ରେ ୪ଟି ଦଳ ରହିବେ। ପ୍ରତ୍ୟେକ ଗ୍ରୁପ୍‌ରୁ ୨ଟି କରି ସମୁଦାୟ ୮ଟି ଦଳ ସୁପର–୮ ରାଉଣ୍ଡକୁ ଯିବେ। ସୁପର–୮ ପର୍ଯ୍ୟାୟ ପରେ ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲ୍‌ରେ ପ୍ରବେଶ କରିବେ।ଭାରତ ଏବଂ ପାକିସ୍ତାନକୁ ଏକେ ଗ୍ରୁପ୍‌ରେ ରଖାଯାଇଛି, ଯାହାକୁ ନେଇ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି।

ଭାରତ ଯଦି ଗ୍ରୁପ୍ ପର୍ଯ୍ୟାୟ ଅତିକ୍ରମ କରେ, ତେବେ ଏହାର ସୁପର–୮ର ୩ଟି ମ୍ୟାଚ୍ ଅହମଦାବାଦ, ଚେନ୍ନାଇ ଓ କୋଲକାତାରେ ଖେଳାଯିବ। ଭାରତର ସେମିଫାଇନାଲ୍ ମୁମ୍ବାଇରେ ହେବ।ଆଇସିସି ଦ୍ୱାରା ଦ୍ୱିତୀୟ ସେମିଫାଇନାଲ୍ ପାଇଁ କଲମ୍ବୋ କିମ୍ବା କୋଲକାତାକୁ ସଂକ୍ଷିପ୍ତ ତାଲିକାରେ ରଖାଯାଇଛି, ଯାହା ଶ୍ରୀଲଙ୍କା କିମ୍ବା ପାକିସ୍ତାନର ସୁପର–୮ ପ୍ରଦର୍ଶନ ଉପରେ ନିର୍ଭର କରି ସ୍ଥିର ହେବ।ଏହି ବିଶ୍ୱକପ୍‌ରେ ଭାଗ ନେଉଥିବା ଦଳଗୁଡ଼ିକ ହେଲେ —ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ୍, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା, ଇଟାଲି, ନେଦରଲାଣ୍ଡସ, ନାମିବିଆ, ଜିମ୍ବାୱେ, ନେପାଳ, ଓମାନ ଓ ୟୁଏଇ।

Leave a Reply

Your email address will not be published. Required fields are marked *