Thu. Oct 23rd, 2025

ନ୍ୟୁଜ ଡେକ୍ସ: ଇଣ୍ଡିଆନ ପ୍ରିମିୟର ଲିଗର 18ତମ ସିଜିନର ନୂତନ ସୂଚୀ BCCI ଦ୍ୱାରା ଘୋଷଣା କରାଯାଇଛି । IPL 2025 ଏବେ 17 ମଇରୁ ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଜୁନ୍ 3 ତାରିଖରେ ଖେଳାଯିବ । ଆଇପିଏଲର ବାକି ସମସ୍ତ ୧୭ଟି ମ୍ୟାଚ୍ ମୋଟ ୬ଟି ସ୍ଥାନରେ ଖେଳାଯିବ । ଏହି ମ୍ୟାଚ୍‌ଟି ମେ ୨୪ରେ ଖେଳାଯିବ।

ଆଇପିଏଲ୍‌-୧୮ ସ୍ଥଗିତ ରହିବା ପୂର୍ବରୁ ୭୦ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୫୭ଟି ଖେଳାଯାଇଥିଲା। ଅବଶିଷ୍ଟ ୧୩ଟି ଲିଗ୍‌ ମ୍ୟାଚ୍‌ ମେ ୧୭ରୁ ଆରମ୍ଭ ହେବ। ପ୍ଲେ ଅଫ୍‌ର ୪ଟି ମୁକାବିଲାକୁ ମିଶାଇ ଚଳିତ ଆଇପିଏଲ୍‌ରେ ଆଉ ୧୭ଟି ମ୍ୟାଚ୍‌ ଖେଳାଯିବ। ମେ ୨୭ରେ ଲିଗ୍‌ ମ୍ୟାଚ୍‌ ଶେଷ ହେବା ପରେ ମେ ୨୯ରେ କ୍ୱାଲିଫାୟର-୧, ୩୦ରେ ଏଲିମିନେଟର, ଜୁନ୍‌-୧ରେ କ୍ୱାଲିଫାୟର-୨ ଓ ଜୁନ୍‌ ୩ରେ ଫାଇନାଲ ଖେଳାଯିବ। ପ୍ଲେ ଅଫ ମ୍ୟାଚ୍‌ଗୁଡିକର ଭେନ୍ୟୁ ପରେ ଘୋଷଣା କରାଯିବ। ଏହା ମଧ୍ୟରୁ ଦୁଇଟି ଡବଲ ହେଡର ମୁକାବିଲା ମେ ୧୮ ଓ ୨୫ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।ଏହା ମଧ୍ୟରେ ବିଭିନ୍ନ ଦେଶର ଖେଳାଳିମାନେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ସହ ଯୋଗଦେଇଛନ୍ତି।

କିନ୍ତୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଥିବା ଦକ୍ଷିଣ ଆଫ୍ରିକାର ଓ ଅଷ୍ଟ୍ରେଲିଆର କିଛି ଖେଳାଳି ପ୍ଲେ ଅଫ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ସ୍ଥାନ ପାଇଥିବା ୮ଜଣ ଖେଳାଳି ମେ ୨୭ ଲିଗ୍‌ ମ୍ୟାଚ୍‌ ପରେ ସ୍ୱଦେଶ ଫେରିଯିବେ। ଏଣୁ ସେମାନେ ପ୍ଲେ ଅଫ୍‌ରେ ଖେଳିପାରିବେ ନାହିଁ ବୋଲି ଜଣାଯାଇଛି। ଆଇପିଏଲ୍‌ ଖେଳୁଥିବା କାଗିସୋ ରାବାଡା, ଆଇଡେନ୍‌ ମାର୍କରାମ, ମାର୍କୋ ଜାନସେନ, ଟ୍ରିଷ୍ଟାନ ଷ୍ଟବ୍ସ, ୱିଆନ୍‌ ମୁଲ୍ଡର, ଲୁଙ୍ଗି ଏନ୍‌ଗିଡି, ରିୟାନ ରିକେଲଟନ୍‌ ଓ କର୍ବିନ ବୋଶ୍ଚ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପୂର୍ବରୁ ଜିମ୍ବାୱେ ସହ ଜୁନ୍‌ ୩ରେ ଖେଳାଯିବାକୁ ଥିବା ୱାର୍ମ ଅପ୍‌ ମ୍ୟାଚ୍‌ରେ ଭାଗ ନେବାକୁ ଏହି ଖେଳାଳିମାନେ ମେ ୩୦ରେ ଲଣ୍ଡନ ଯିବେ। କିନ୍ତୁ ଅନ୍ୟ ଦକ୍ଷିଣ ଆଫ୍ରିକୀୟ ଖେଳାଳିମାନେ ଆଇପିଏଲ୍‌ ଶେଷଯାଏ ଖେଳିବେ। ଲର୍ଡ୍ସରେ ଜୁନ୍‌ ୧୧ରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଖେଳାଯିବ।

Leave a Reply

Your email address will not be published. Required fields are marked *