Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୁଣିଥରେ କଡ଼ା ଅଭିଯାନ ଆରମ୍ଭ କରିଛନ୍ତି ସରକାର। ରାଜ୍ୟ ପରିବହନ ପ୍ରାଧିକରଣ ଏସ୍‌ଟିଏ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ଘୋଷଣା କରାଯାଇଛି, ଯାହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।ଏହି ଅଭିଯାନ ଅଧୀନରେ ବ୍ୟାପକ ଭାବେ ଗାଡ଼ି ଯାଞ୍ଚ କରାଯିବା ସହ ବିନା ଡ୍ରାଇଭିଂ ଲାଇସେନ୍ସ ଏବଂ ଅବୈଧ ଲାଇସେନ୍ସଧାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ବିଶେଷ କରି ଟ୍ରାକ୍ଟର, ହାଇୱା, ଡମ୍ପର ଓ ଟିପ୍ପର୍‌ ଭଳି ଭାରୀ ଯାନଗୁଡ଼ିକୁ ଲକ୍ଷ୍ୟ କରି ଯାଞ୍ଚ କରାଯିବ। ଏନେଇ ରାଜ୍ୟର ସମସ୍ତ ଆରଟିଓଙ୍କୁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।ଗତ ମାର୍ଚ୍ଚ ୨୧ ରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ଚାଲିଥିବା ସଡ଼କ ସୁରକ୍ଷା ବିଶେଷ ଅଭିଯାନ ସମୟରେ ଅନେକ ଅନିୟମିତତା ସାମ୍ନାକୁ ଆସିଥିଲା।

ବହୁ ସଂଖ୍ୟାରେ ଚାଳକ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଉଥିବା ସହ ହାଲୁକା ଯାନ ଲାଇସେନ୍ସରେ ଭାରୀ ଯାନ ଚଳାଉଥିବା ମଧ୍ୟ ଧରାପଡିଥିଲେ।ଏଭଳି ଅବହେଳା ଓ ନିୟମ ଉଲ୍ଲଂଘନ ସଡ଼କ ଦୁର୍ଘଟଣାର ମୁଖ୍ୟ କାରଣ ହେବାରୁ ସରକାର ଏହାକୁ ଗୁରୁତ୍ୱ ସହ ନେଇ ପୁଣିଥରେ ଏହି କଡ଼ା ଅଭିଯାନ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *