ନ୍ୟୁଜ ଡେକ୍ସ : ଦେଶର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୫ ମସିହାର ଶେଷ ମାସ ଡିସେମ୍ବରରେ ଦେଶର ବିଭିନ୍ନ ରାଜ୍ୟ ଓ ସହରଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ମୋଟ ୧୮ ଦିନ ପାଇଁ ବନ୍ଦ ରହିବ। ଏହାର ମଧ୍ୟରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ସହିତ ବିଭିନ୍ନ ରାଜ୍ୟସ୍ତରୀୟ, ଆଞ୍ଚଳିକ ଓ ଧାର୍ମିକ ପର୍ବ ଅବସରର ଛୁଟି ଅନ୍ତର୍ଭୁକ୍ତ।ଆରବିଆଇ ଓ ରାଜ୍ୟ ସରକାରଙ୍କ ଛୁଟି ସୂଚନା ଅନୁଯାୟୀ, ଡିସେମ୍ବର ମାସରେ ଖ୍ରୀଷ୍ଟମାସ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପର୍ବ ଭାବେ ବ୍ୟାଙ୍କ ଛୁଟିର ମୁଖ୍ୟ କାରଣ ରହିଛି।
ଏହା ସହ ଆଦିବାସୀ ଦିବସ, ଗୋଆ ମୁକ୍ତି ଦିବସ, ଲୋସୁଙ୍ଗ୍ ପର୍ବ ପରି ବିଭିନ୍ନ ଆଞ୍ଚଳିକ ପର୍ବ ଯୋଗୁଁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ।ଡିସେମ୍ବର ୨୦୨୫ର ବ୍ୟାଙ୍କ ଛୁଟିର ମୁଖ୍ୟ ତାରିଖଗୁଡ଼ିକ—୧ ଡିସେମ୍ବର (ସୋମବାର): ରାଜ୍ୟ ପ୍ରତିଷ୍ଠା ଦିବସ ଓ ସ୍ୱଦେଶୀ ଆସ୍ଥା ଦିବସରେ ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ବ୍ୟାଙ୍କ ବନ୍ଦ।୩ ଡିସେମ୍ବର (ବୁଧବାର): ସେଣ୍ଟ ଫ୍ରାନ୍ସିସ୍ ଜାଭିୟରଙ୍କ ପୁଣ୍ୟତିଥି ଅବସରରେ ଗୋଆରେ ବ୍ୟାଙ୍କ ବନ୍ଦ।୭ ଡିସେମ୍ବର (ରବିବାର): ସାରା ଦେଶରେ ବ୍ୟାଙ୍କ ବନ୍ଦ।୧୨ ଡିସେମ୍ବର (ଶୁକ୍ରବାର): ମେଘାଳୟରେ ପା-ଟୋଗାନ ନେଙ୍ଗମିଞ୍ଜା ସାଙ୍ଗମାଙ୍କ ମୃତ୍ୟୁ ବାର୍ଷିକୀରେ ବ୍ୟାଙ୍କ ଛୁଟି।୧୩ ଡିସେମ୍ବର (ଚତୁର୍ଥ ଶନିବାର): ସାରା ଦେଶରେ ବ୍ୟାଙ୍କ ବନ୍ଦ।
୧୪ ଡିସେମ୍ବର (ରବିବାର): ସାରା ଦେଶରେ ବ୍ୟାଙ୍କ ବନ୍ଦ।୧୮ ଡିସେମ୍ବର (ଗୁରୁବାର): ଖାସି କବି ୟୁ ସୋସୋ ଥାମଙ୍କ ମୃତ୍ୟୁ ବାର୍ଷିକୀରେ ମେଘାଳୟରେ ବ୍ୟାଙ୍କ ବନ୍ଦ।୧୯ ଡିସେମ୍ବର (ଶୁକ୍ରବାର): ଗୋଆ ମୁକ୍ତି ଦିବସରେ ଗୋଆରେ ବ୍ୟାଙ୍କ ବନ୍ଦ।୨୦ ଓ ୨୨ ଡିସେମ୍ବର: ସିକିମରେ ଲୋସୁଙ୍ଗ/ନାମସୁଙ୍ଗ ପର୍ବ ପାଇଁ ବ୍ୟାଙ୍କ ବନ୍ଦ। ୨୧ ଡିସେମ୍ବର (ରବିବାର) ସହିତ ତିନି ଦିନ ଲଗାତାର ବ୍ୟାଙ୍କ ବନ୍ଦ ରହିବ।୨୪ ଡିସେମ୍ବର (ବୁଧବାର): ଖ୍ରୀଷ୍ଟମାସ ପୂର୍ବ ଦିନ ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ ବ୍ୟାଙ୍କ ବନ୍ଦ।୨୫ ଡିସେମ୍ବର (ଗୁରୁବାର): ଖ୍ରୀଷ୍ଟମାସ ପାଇଁ ସାରା ଦେଶରେ ବ୍ୟାଙ୍କ ବନ୍ଦ।୨୬ ଡିସେମ୍ବର (ଶୁକ୍ରବାର): ମିଜୋରାମ, ନାଗାଲାଣ୍ଡ ଓ ମେଘାଳୟରେ ଖ୍ରୀଷ୍ଟମାସ ଅବସରରେ ବ୍ୟାଙ୍କ ବନ୍ଦ।
୨୭ ଡିସେମ୍ବର (ଶନିବାର): ଚତୁର୍ଥ ଶନିବାର ଓ କୋହିମାରେ ଖ୍ରୀଷ୍ଟମାସ ଉପଲକ୍ଷେ ବ୍ୟାଙ୍କ ବନ୍ଦ।୨୮ ଡିସେମ୍ବର (ରବିବାର): ସାରା ଦେଶରେ ବ୍ୟାଙ୍କ ବନ୍ଦ।୩୦ ଡିସେମ୍ବର (ମଙ୍ଗଳବାର): ୟୁ କିୟାଙ୍ଗ ନାଙ୍ଗବାହଙ୍କ ମୃତ୍ୟୁ ବାର୍ଷିକୀରେ ମେଘାଳୟରେ ବ୍ୟାଙ୍କ ବନ୍ଦ।୩୧ ଡିସେମ୍ବର (ବୁଧବାର): ନୂତନ ବର୍ଷ ପୂର୍ବସନ୍ଧ୍ୟା ଓ ‘ଇମୋଇନୁ-ଇରାଟପା’ ପର୍ବ ଅବସରରେ ମିଜୋରାମ ଓ ମଣିପୁରରେ ବ୍ୟାଙ୍କ ବନ୍ଦ।ଏହି ସମସ୍ତ ତାରିଖକୁ ମିଶାଇ ଡିସେମ୍ବର ମାସରେ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ। ତେଣୁ ଗ୍ରାହକମାନେ ନିଜର ଆବଶ୍ୟକ ବ୍ୟାଙ୍କିଙ୍ଗ କାମ ଆଗୋକୁ ଯୋଜନା କରି ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଉଛି। ATM ଓ ଅନଲାଇନ୍ ବ୍ୟାଙ୍କିଙ୍ଗ ସେବା ସାଧାରଣତଃ ଚାଲୁ ରହିବ।

