Fri. Apr 17th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ତିବ୍ର ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆଜି ୧୧ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ ତାପମାତ୍ରା ଲଗାତାର ବଢ଼ୁଥିବାରୁ ସାଧାରଣ ଜୀବନ ଅସ୍ଥିର ହୋଇପଡ଼ିଛି। ଗତକାଲି ସର୍ବାଧିକ ତାପମାତ୍ରା ୪୩.୭ ଡିଗ୍ରୀ ସେଲସିଅସ୍ ପହଞ୍ଚିଥିଲା।

ଭବାନୀପାଟଣାରେ ୪୨.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବଲାଙ୍ଗୀର, ସମ୍ବଲପୁର ଓ ହୀରାକୁଦରେ ୪୨.୨ ଡିଗ୍ରୀ, ରାଉରକେଲାରେ ୪୧.୬ ଡିଗ୍ରୀ ଏବଂ ମାଲକାନଗିରି ଓ ତାଳଚେରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।ପାଣିପାଗ ବିଭାଗ ଅନୁସାରେ, ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି।

ପରବର୍ତ୍ତୀ ତିନି ଦିନ ତାପମାତ୍ରା ସ୍ଥିର ରହିବା ପରେ ପୁଣି ଏହା ବୃଦ୍ଧି ପାଇପାରେ। ଏହାକୁ ଦୃଷ୍ଟିରେ ରଖି ୨୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ରହିବ। ଏହା ସହିତ ଆଜି ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ବର୍ଷା, ଘଡ଼ଘଡ଼ି ଓ ଝଡ଼ ବାତ୍ୟା ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଦୁପରିଆ ସମୟରେ ଘରୁ ବାହାରୁ ନ ହେବାକୁ ଓ ପ୍ରୟାପ୍ତ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *