ନ୍ୟୁଜ ଡେକ୍ସ : ହକି ପ୍ରଶିକ୍ଷଣ ପାଇଁ ଆସିଥିବା ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଖବର ସାମ୍ନାକୁ ଆସିଛି। ୨ଜଣ ହକି ପ୍ରଶିକ୍ଷକଙ୍କ ସମେତ ୩ ଜଣଙ୍କ ନାଁରେ ନାବାଳିକାଙ୍କ ଅଭିଯୋଗ ହୋଇଛି। ଏନେଇ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି।
କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ସୂଚନା ମୁତାବକ,ଖବର ମୁତାବକ, ଗତ ୩ ତାରିଖ ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା । ଛାତ୍ରୀ ଜଣକ ୨ ବର୍ଷ ହେବ ଯାଜପୁର ହକି ଷ୍ଟାଡ଼ିୟମରେ ପ୍ରଶିକ୍ଷଣ ନେଉଥିଲେ । କୋଚ ଓ ସହଯୋଗୀ ରାସ୍ତାରୁ ଉଠାଇ ନେଇ ଲଜରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
୩ ଜଣଙ୍କ ନାଁରେ ଟାଉନ ଥାନାରେ ହୋଇଛି ଅଭିଯୋଗ । ପୀଡିତାଙ୍କ ଜିଲ୍ଲା କୋର୍ଟରେ ବୟାନ ରେକର୍ଡ ହୋଇଛି । ଅଭିଯୋଗ ପରେ ହକି କୋଚଙ୍କୁ ଉଠାଇ ନେଇଛି ଯାଜପୁର ଟାଉନ ଥାନା ପୋଲିସ । ୨ଜଣ ହକି ପ୍ରଶିକ୍ଷକ ଅଟକ ରହିଛନ୍ତି।
