Wed. Jun 3rd, 2026

ନ୍ୟୁଜ ଡେକ୍ସ : ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରି ମନା। ଯିଏ ବିକ୍ରି କରିବ ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କେବଳ କାଚ ବୋତଲ ଏବଂ ଟିଣ ବୋତଲରେ ପେଟ୍ରୋଲ ବିକ୍ରି କରି ହେବ।

ଏ ସଂପର୍କରେ ସୋମବାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ପେଟ୍ରୋଲ ପମ୍ପ ମାଲିକ ସଂଘ ସହ ବୈଠକ ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଯେଉଁମାନେ ଆଇନ ବିରୁଦ୍ଧରେ କାର୍ଯ୍ୟ କରିବେ ‌ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ।

ବାହାରେ ବିକ୍ରି ରୋକିବା ପାଇଁ ଚଢ଼ଉ ହେବ ବୋଲି ମନ୍ତ୍ରୀ କହିଛନ୍ତି । ପେଟ୍ରୋଲ ପମ୍ପ ସଙ୍ଘ ଓ ଯୋଗାଣ ମନ୍ତ୍ରୀଙ୍କ ବୈଠକ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ମଧ୍ୟ ଦିଆଯିବ ।

Leave a Reply

Your email address will not be published. Required fields are marked *