ନ୍ୟୁଜ ଡେକ୍ସ : ଅଗଷ୍ଟ ୨୯ ତାରିଖ ସରକାରୀ ଛୁଟି । ନୂଆଖାଇଁ ପର୍ବ ଉପଲକ୍ଷେ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ରାଜ୍ୟ ସରକାର ଅଗଷ୍ଟ ୨୯ ତାରିଖରେ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବଂ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି। ବିଶ୍ୱବିଦ୍ୟାଳୟ, କଲେଜ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପଠାଯାଇଥିବା ଚିଠି ମାଧ୍ୟମରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି।
ଉଚ୍ଚଶିକ୍ଷା ବିଭାଗ ଅନୁଯାୟୀ ନୂଆଖାଇ ପାଳନ ପାଇଁ ଅଗଷ୍ଟ ୨୯ ତାରିଖରେ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜ ବନ୍ଦ ରହିବ।ଏହା ବ୍ୟତୀତ ବିଭାଗ ଶିକ୍ଷାଗତ କ୍ୟାଲେଣ୍ଡରରେ ମଧ୍ୟ ସଂଶୋଧନ କରିଛି। ଯାହା ଦ୍ୱାରା ଶିକ୍ଷାନୁଷ୍ଠାନଗୁଡ଼ିକୁ କ୍ୟାଲେଣ୍ଡର ବର୍ଷ ୨୦୨୫ ପାଇଁ କେବଳ ଗୋଟିଏ ସ୍ଥାନୀୟ ଛୁଟି ଘୋଷଣା କରିବାକୁ ଅନୁମତି ଦିଆଯାଇଛି।
ଅନ୍ୟପଟେ , ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଶୁକ୍ରବାର ସମସ୍ତ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟେରିଆଲ୍ କୋର୍ଟ ଛୁଟି ରହିବ । ଏଥିପାଇଁ ସେପ୍ଟେମ୍ବର ୧୩ ତାରିଖ ଦ୍ବିତୀୟ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି ।
