Thu. Apr 16th, 2026

ନ୍ୟୁଜ ଡେକ୍ସ : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର-ପଶ୍ଚିମ ମୁହାଁ ହେବ। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହେବ। ଦକ୍ଷିଣ ଓଡ଼ିଶାରେ ଅଧିକ ଛେଚିବ। ୩୦ରୁ ୪୦ କିମି ବେଗରେ ଝଟ୍କା ପବନ ବହିବ। ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ।

ତେଣୁ ୨୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏହି ଲଘୁଚାପ ଧୀରେ ଧୀରେ ଶକ୍ତିଶାଳୀ ହେଉଥିବାରୁ ପ୍ରାୟ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରିକୁ ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷା ସମ୍ଭାବନା ଥିବା ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଇଛି।

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ଅଧିକ ରହିବ। ୩୦ ତାରିଖ ଯାଏ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ସମୁଦ୍ର ଅଶାନ୍ତ ଥିବାରୁ ଆଗାମୀ ୫ଦିନ ଯାଏ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୩୧ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ।

Leave a Reply

Your email address will not be published. Required fields are marked *