ନ୍ୟୁଜ ଡେକ୍ସ : ଆସନ୍ତା ନୂଆପଡା ବିଧାନସଭା ଉପନିର୍ବାଚନକୁ ନଜରରେ ରଖି ବିଜୁ ଜନତା ଦଳ (ବିଜେଡି) ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ତିନୋଟି କମିଟି ଗଠନ କରିଛନ୍ତି।
ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ନିରଞ୍ଜନ ବିସି ଏବଂ ଏମଡି ଆୟୁବ ଖାନଙ୍କ ଭଳି ବରିଷ୍ଠ ନେତାଙ୍କୁ ୬ ସଦସ୍ୟ ବିଶିଷ୍ଟ ପରିଚାଳନା କମିଟିରେ ନିଯୁକ୍ତ କରାଯାଇଛି। ସେହିପରି ୬ ଜିଲ୍ଲା ପରିଷଦ ଏବଂ ୪ ୟୁଏଲବି ଜୋନକୁ ନେଇ ୧୦ ସଦସ୍ୟ ବିଶିଷ୍ଟ ଜୋନାଲ କମିଟି ଗଠନ କରାଯାଇଛି।
ଏହି କମିଟିର ସଦସ୍ୟମାନେ ହେଲେ କଳିକେଶ ନାରାୟଣ ସିଂହ ଦେଓ (ନୂଆପଡା ଏନଏସି), ସାରଦା ନାୟକ (ନୂଆପଡା ଏନଏସି), ସୁଦାମ ମାରାଣ୍ଡି, ଦେବେଶ ଆଚାର୍ଯ୍ୟ, ସରୋଜ ମେହେର, ମନୋହର ରନ୍ଧାରୀ, ରୋହିତ ପୂଜାରୀ (ଖରିଆର ଏନଏସି), ପ୍ରଦୀପ ମାଝୀ, ଯୋଗେଶ ସିଂହ ଏବଂ ବିକ୍ରମ ପଣ୍ଡା (ଖରିଆର ଏନଏସି)।
ଅପରପକ୍ଷେ ସ୍ଥାନୀୟ କାର୍ଯ୍ୟ କମିଟିରେ ଆଦିରାଜ ପାଣିଗ୍ରାହୀ, ଅବନୀ ଯୋଶୀ ଏବଂ ମନୋଜ ମିଶ୍ର ପ୍ରମୁଖ ଅଛନ୍ତି। ତେବେ ଏହି ନିର୍ଦ୍ଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।
