Fri. Apr 17th, 2026

ନ୍ୟୁଜ ଡେକ୍ସ :ଓଡ଼ିଶାରେ ପୋଲିସ ସବ-ଇନ୍ସ୍‌ପେକ୍ଟର (SI) ଭର୍ତ୍ତି ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍‌ ଘଟଣା ସମ୍ପର୍କିତ ମାମଲାରେ ଗିରଫ ହୋଇଥିବା ୧୧୯ ଜଣଙ୍କ ଜାମିନ ଆବେଦନ ବ୍ରହ୍ମପୁର ଜିଲ୍ଲା ଓ ସେସନ୍ସ ଜଜ କୋର୍ଟ ଦ୍ୱାରା ଖାରଜ କରାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୧୧୪ ଜଣ ପରୀକ୍ଷାର୍ଥୀ ଓ ୫ ଜଣ ଦଲାଲ ଥିବା ସୂଚନା ମିଳିଛି।

ବ୍ରହ୍ମପୁର ଜେଏମଏଫସି (ଗ୍ରାମାଞ୍ଚଳ) କୋର୍ଟ ପୂର୍ବରୁ ମଧ୍ୟ ଜାମିନ ଆବେଦନ ଖାରଜ କରିଥିଲେ। ତାହାପରେ ଜିଲ୍ଲା ଓ ସେସନ୍ସ ଜଜ କୋର୍ଟରେ ହୋଇଥିବା ଶୁଣାଣି ବେଳେ ବିଚାରପତି ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରି ସେମାନଙ୍କୁ ନ୍ୟାୟିକ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ, ଏହି ଜାଲିଆତି ମାମଲାରେ ପ୍ରାୟ ୨୯ କୋଟି ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ହୋଇଥିବା ତଥ୍ୟ ଆସିଛି।

ପରୀକ୍ଷାର୍ଥୀଙ୍କଠାରୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇ ଅନେକ ଅଭିଯୁକ୍ତ ଟଙ୍କା ଆଦାୟ କରିଥିବା ଦାବି ହୋଇଛି।ଏହି ଘଟଣା ପରେ ରାଜ୍ୟ ସରକାର ପୋଲିସ୍‌ ଏସଆଇ ଭର୍ତ୍ତି ପରୀକ୍ଷାକୁ ସ୍ଥଗିତ କରିଛନ୍ତି। ଅକ୍ଟୋବର ୫ ଓ ୬ ତାରିଖରେ ହେବାକୁ ଥିବା ପରୀକ୍ଷା ପ୍ରତ୍ୟାହାର କରାଯାଇଛି। ନୂତନ ପରୀକ୍ଷା ତାରିଖ ପରେ ଘୋଷଣା ହେବ ବୋଲି ସୂତ୍ର ଜଣାଯାଇଛି ।

Leave a Reply

Your email address will not be published. Required fields are marked *