Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭାରତୀୟ ସ୍ୱାଧିନତା ସଂଗ୍ରାମର ଅଦ୍ବିତୀୟ ଯୋଦ୍ଧା ସୁଭାଷ ଚନ୍ଦ୍ର ବୋସଙ୍କ ଆଜି ଜନ୍ମ ଜୟନ୍ତୀ। ସେହିପରି ମହାନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ମଧ୍ୟ ଆଜି ଜନ୍ମ ଜୟନ୍ତୀ । ସାରା ଦେଶରେ ଆଜି ଓଡ଼ିଶାର ଏହି ଦୁଇ ବରପୁତ୍ରଙ୍କ ଜନ୍ମଜୟନ୍ତୀ ପାଳନ କରାଯାଉଛି । ତାଙ୍କ ବୀରତ୍ୱର ଗାଥାକୁ ମନେପକାଇ ଦେଶପ୍ରେମରେ ସାରା ଦେଶ ମନେପକାଉଛି ।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ୱାଧିନତା ସଂଗ୍ରାମର ମହାନାୟକ ।୧୮୯୭ ଜାନୁଆରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ବୋଷ । ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଓ ମା ‘ଙ୍କ ନାମ ପ୍ରଭାବତୀ ଦତ୍ତ । ବାପରିଷ୍ଟ ପ୍ରୋଟେଷ୍ଟାଣ୍ଟ ୟୁରୋପିଆନ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା ହାସଲ କରିଥିଲେ । ରେଭେନ୍ସା କଲିଜିଏଟରୁ ସ୍କୁଲ ଶିକ୍ଷା ପରେ କୋଲକାତାର ପ୍ରେସିଡେନସି କଲେଜରୁ ଉଚ୍ଚଶିକ୍ଷା ହାସଲ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ୧୯୧୯ରେ ଭାରତୀୟ ସିଭିଲ ସର୍ଭିକ ପରୀକ୍ଷାରେ କୃତିତ୍ବ ହାସଲ କରିଥିଲେ । କିନ୍ତୁ ଦେଶପ୍ରେମ ତାଙ୍କୁ ଉଦବୁଧ କରିଥିଲା । ଦେଶମାତୃକାର ସେବା କରିବାକୁ ସଂକଳ୍ପ ନେଇଥିଲେ । ତେଣୁ ସେ ଆଇ.ସି.ଏସରୁ ଇସ୍ତଫା ଦେଇଥିଲେ । ୧୯୨୧ରେ ‘ସ୍ବରାଜ’ ନାମକ ଏକ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ କରିଥିଲେ ।

ଯାହାର ଉଦ୍ଦେଶ୍ୟ ଥିଲା ଲୋକଙ୍କ ମନରେ ଦେଶପ୍ରେମ ଆଣିବା । ଓଡିଶା ମାଟିରେ ଜନ୍ମ ଶିକ୍ଷାଲାଭ କରି ଜର୍ମାନ, ଜାପାନ ଭଳି ଦେଶକୁ ଯାଇ ଗୋରା ସରକାର ବିରୋଧରେ ରଣହୁଙ୍ଗାର ଦେଇଥିଲେ ନେତାଜୀ । ଆଜି ତାଙ୍କର ୧୨୮ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଦେଶ ପାଳନ କରୁଛି ପରାକ୍ରମ ଦିବସ ।ଆଜି ନେତାଜୀଙ୍କ ୧୨୮ତମ ଜନ୍ମ ଜୟନ୍ତୀ । ଏଥିପାଇଁ ସଜେଇ ହୋଇଛି ଓଡ଼ିଆ ବଜାରସ୍ଥିତ ନେତାଙ୍କ ଜନ୍ମପୀଠ ଏବଂ ସଂଗ୍ରହାଳୟ। ସକାଳୁ ସକାଳୁ ନେତାଙ୍କ ଜନ୍ମପୀଠରେ ଲୋକମାନଙ୍କର ଗହଳି ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *