Thu. Oct 23rd, 2025

ନ୍ୟୁଜ ଡେକ୍ସ : ପାଖେଇ ଆସିଲାଣି ପଶ୍ଚିମ ଓଡ଼ିଶାର ଗଣପର୍ବ ତଥା କୃଷି ଭିତ୍ତିକ ପର୍ବ ନୂଆଁଖାଇ । ଏହି ପର୍ବକୁ ନେଇ ଚଳଚଞ୍ଚଳ ପୂରା ପଶ୍ଚିମ ଓଡ଼ିଶା । ଏଥିପାଇଁ ସମସ୍ତଙ୍କ ମନରେ ଭରିଯାଇଛି ଉତ୍ସାହ । ଆଉ ଏହାରି ମଧ୍ୟରେ ନୂଆଁଖାଇ ପର୍ବ ପାଇଁ ବଲାଙ୍ଗୀରରେ ଲଗ୍ନ ଧାର୍ଯ୍ୟ ହୋଇଛି।

ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ ଠାରେ ରବିବାର ଏନେଇ ତାରିଖ ଓ ସମୟ ଘୋଷଣା କରିଛନ୍ତି ରାଜ ପୁରୋହିତ । ମା’ ପାଟଣେଶ୍ୱରୀ, ମା’ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ସହ ପାଟଣା ମହାରାଜଙ୍କ ରାଶି ନକ୍ଷତ୍ର ଅନୁଯାୟୀ ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ନିର୍ଦ୍ଧାରିତ ହୋଇଛି । ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ଧାର୍ଯ୍ୟ ହୋଇଥାଏ ନୂଆଁଖାଇ ଲଗ୍ନ । ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ସହ ପାଟଣା ମହାରାଜଙ୍କ ରାଶି ନକ୍ଷତ୍ର ଆନୁଯାୟୀ ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ହୋଇଛି ।

ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଆସନ୍ତା ମାସ ୨୮ ତାରିଖ ଦିନ ୯ ଟା ୪୭ ମିନିଟରୁ ୧୧ଟା ୧୧ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ। ନୂଆଁଖାଇ ଆଦ୍ୟ ପରମ୍ପରାର ପ୍ରଥମ କାର୍ଯ୍ୟ ଯାହା କି ଏହି ଲଗ୍ନ ଧାର୍ଯ୍ୟ ପରମ୍ପରା ଅଟେ । ଲଗ୍ନ ନିର୍ଘଣ୍ଟ ଧାର୍ଯ୍ୟ ପରେ ଜିଲ୍ଲାରେ ଏନେଇ ଉତ୍ସାହ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *