ନ୍ୟୁଜ ଡେକ୍ସ: ପହଲଗାମ ଆତଙ୍କୀ ହମଲାକୁ ନେଇ ସାରା ବିଶ୍ୱ ସ୍ତବ୍ଧ ପାଲଟିଯାଇଛି। ସାରା ବିଶ୍ୱରେ ଦେଖାଦେଇଛି ପହଲଗାମ୍ ଆକ୍ରମଣ ବିରୋଧରେ ପ୍ରତିବାଦ। ଆଉ ଏହି ପହଲଗାମ୍ ଆକ୍ରମଣକୁ ଦୃଷ୍ଟିରେ ରଖି IPLରେ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇଛି। ଆଜି ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବାକୁ ଯାଉଛି ମ୍ୟାଚ୍।
ଏହି ମ୍ୟାଚ୍ ମୁମ୍ୱାଇ ଓ ହାଇଦ୍ରାବାଦ୍ ମଧ୍ୟରେ ରାଜୀବଗାନ୍ଧୀ ଷ୍ଟାଡିୟମରେ ଖେଳାଯିବାକୁ ଅଛି। ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିମାନେ ପୀଡିତଙ୍କ ପ୍ରତି ସମବେଦନା ଜଣାଇବା ପାଇଁ କଳା ବ୍ୟାଜ ପିନ୍ଧି ଖେଳିବେ ବୋଲି ନିଷ୍ପତି ନେଇଛନ୍ତି। ଏହି ମ୍ୟାଚରେ କୌଣସି ଚିୟରଲିଡର୍ ରହିବେ ନାହିଁ। ଏପରିକି କୌଣସି ଆତସବାଜି ବ୍ୟବହାର କରାଯିବ ନାହିଁ।ଏହି ଘଟଣାରେ ପ୍ରଭାବିତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଦଳଗୁଡ଼ିକ ଏକ ମିନିଟ୍ ନୀରବ ମଧ୍ୟ ପାଳନ କରିବେ।
ଏହି ଘଟଣାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ନିନ୍ଦା କରାଯାଉଛି। ଏହି ଘଟଣାରେ ଭାରତୀୟ ଖେଳାଳିମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ବିରାଟ କୋହଲି, ଗୌତମ ଗମ୍ଭୀର, ସଚିନ ତେନ୍ଦୁଲକର, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନେକ ଖେଳାଳି ଭାବପ୍ରବଣ ପୋଷ୍ଟ କରିଥିଲେ।
