Sat. Feb 21st, 2026

ନ୍ୟୁଜ ଡେକ୍ସ : ୨୦୨୬ ଟି–୨୦ ବିଶ୍ୱକପରେ ଭାରତୀୟ ଦଳ ୧୫ ଫେବୃଆରୀରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ଏକ ହାଇଭୋଲ୍ଟେଜ୍ ମ୍ୟାଚ୍ ଖେଳିଥିଲା। ବହୁ ପ୍ରତୀକ୍ଷିତ ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା ଏବଂ ପାକିସ୍ତାନକୁ ୬୧ ରନ୍‌ରେ ପରାଜିତ କରିଥିଲା।କଲମ୍ବୋର ଧୀର ପିଚ୍‌ରେ ଏହି ଉଚ୍ଚ ସ୍କୋର ତିଆରି କରିବାରେ ଭାରତୀୟ ୱିକେଟ୍ କିପର ବ୍ୟାଟସମ୍ୟାନ ଇଶାନ କିଶାନ ମୁଖ୍ୟ ଭୂମିକା ନିଭାଇଥିଲେ।

ପାକିସ୍ତାନ ଯେଉଁଠାରେ ୬ ଜଣ ସ୍ପିନ୍ ବୋଲରକୁ ବ୍ୟବହାର କରିଥିଲା, ସେଠାରେ କିଶାନ ଚାପକୁ ଅଟକାଇ ୭୭ ରନ୍‌ର ଦମଦାର ଇନିଂସ ଖେଳିଥିଲେ।ମ୍ୟାଚ୍ ଆରମ୍ଭରେ ଭାରତ ପ୍ରଥମ ୱିକେଟ୍ ଅଭିଷେକ ଶର୍ମାଙ୍କୁ ୧ ରନ୍‌ରେ ହରାଇଥିଲା, କିନ୍ତୁ ଇଶାନ କିଶାନ ଦାୟିତ୍ୱବୋଧ ସହିତ ଇନିଂସକୁ ସମ୍ଭାଳି ପାକିସ୍ତାନୀ ବୋଲରମାନଙ୍କୁ କୌଣସି ଚାପ ତିଆରି କରିବାକୁ ଦେଇନଥିଲେ। ତାଙ୍କର ଏହି ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏହି ସଫଳତା ସହିତ ଇଶାନ କିଶାନ ଟି–୨୦ ବିଶ୍ୱକପ୍ ଇତିହାସରେ ପ୍ରଥମ ଭାରତୀୟ ୱିକେଟ୍ କିପର–ବ୍ୟାଟସମ୍ୟାନ ହୋଇ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଛନ୍ତି। ସେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଏହି ପୁରସ୍କାର ପାଇଥିବା ଚତୁର୍ଥ ଭାରତୀୟ ଖେଳାଳି ମଧ୍ୟ ହୋଇଛନ୍ତି।

ତାଙ୍କ ପୂର୍ବରୁ ଫାରୁକ୍ ଇଞ୍ଜିନିୟର, ଏମ୍‌ଏସ୍‌ ଧୋନି ଓ କେଏଲ୍‌ ରାହୁଲ ଓ୍ବାନଡେ ୱର୍ଲ୍ଡ କପ୍‌ରେ ଏହି ସମ୍ମାନ ହାସଲ କରିଥିଲେ।ଇଶାନ କିଶାନଙ୍କ ୭୭ ରନ୍‌ର ଏହି ଇନିଂସ ପାକିସ୍ତାନ ବିପକ୍ଷରେ ଟି–୨୦ ଅନ୍ତର୍ଜାତୀୟରେ ଜଣେ ଭାରତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଭାବରେ ମଧ୍ୟ ରେକର୍ଡ ହୋଇଛି। ପୂର୍ବରୁ ଏହି ରେକର୍ଡ ବର୍ତ୍ତମାନ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ନାମରେ ଥିଲା, ଯିଏ ୨୦୦୭ ଟି–୨୦ ବିଶ୍ୱକପ୍ ଫାଇନାଲରେ ପାକିସ୍ତାନ ବିପକ୍ଷରେ ୭୫ ରନ୍ କରିଥିଲେ। କିଶାନ ଏବେ ତାଙ୍କ ରେକର୍ଡକୁ ଅତିକ୍ରମ କରି ନୂଆ ମାଇଲସ୍ଟୋନ୍ ସୃଷ୍ଟି କରିଛନ୍ତି।

Leave a Reply

Your email address will not be published. Required fields are marked *